କୋଲକାତା: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ଅଶାନ୍ତ ହେଲା ପଶ୍ଚିମବଙ୍ଗ । ମଙ୍ଗଳବାର ସନ୍ଧ୍ୟାରେ କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ରୋଡ ଶୋ' ସମୟରେ ହିଁ ଜଳିଥିଲା ସହର । ତେବେ ଏଠାରେ ଥିବା ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଏହି ହିଂସାରେ ବଳି ପଡିଛି । ଆଉ ପ୍ରତିମୂର୍ତ୍ତି ଉପରେ ଆକ୍ରମଣ କରିଥିବା କିଛି ସନ୍ଦିଗ୍ଧଙ୍କ ଭାଇରାଲ ଭିଡିଓ ଏବେ ସାମ୍ନାକୁ ଆସିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ ତେବେ ଏହି ହିଂସାକାଣ୍ଡ ପାଇଁ ଉଭୟ ଦଳ ପରସ୍ପର ଉପରେ ଆରୋପ ଲଗାଇଛନ୍ତି । ତୃଣମୂଣ କଂଗ୍ରେସର କିଛି ଗୁଣ୍ଡା ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଥିବା ବିଜେପି ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ରାଜ୍ୟରେ ହିଂସା ଖେଳାଇଥିବା ଅଭିଯୋଗ କରିଛନ୍ତି । ଇତି ମଧ୍ୟରେ କୋଲକାତା ପୋଲିସ ଏହି ହିଂସାକାଣ୍ଡ ମାମଲାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଆଜି ମମତା ବାନାର୍ଜୀ ବିଦ୍ଯାସାଗର କଲେଜ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ।
ପ୍ରକାଶ ଯେ, ଗତକାଲି(ମଙ୍ଗଳବାର) ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ କୋଲକାତାରେ ରୋଡ ଶୋ' କରୁଥିଲେ । ଏହି ସମୟରେ ବିଜେପି ଏବଂ ଟିଏମସି ଛାତ୍ର ସମର୍ଥକଙ୍କ ମଧ୍ୟରେ ମାରପିଟ୍ ଏବଂ ପଥରମାଡ ହୋଇଥିଲା ।
ଜାଣନ୍ତୁ ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କ ବିଷୟରେ ଆଉ କିଛି ତଥ୍ୟ...
- ଜଣେ ସମାଜିକ ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍ ଏବଂ ମାନବବାଦୀ ଥିଲେ ଈଶ୍ବରଚନ୍ଦ୍ର ବିଦ୍ୟାସାଗର ।
- ଈଶ୍ବରଚନ୍ଦ୍ର ବିଦ୍ୟାସାଗର ଏକ ଗରିବ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 1820 ସେପ୍ଟେମ୍ବର 20ରେ ତାଙ୍କର ଜନ୍ମ ହୋଇଥିଲା ।
- ବିଦ୍ୟାସାଗରଙ୍କ ପିତା ଠାକୁର ଦାସ ବନ୍ଦୋପାଧ୍ୟାୟ ଜଣେ କିରାଣୀ ଥିଲେ । ମାଙ୍କ ନାଁ ଥିଲା ଭଗବତୀ ଦେବୀ ।
- ସେ ଗାଁରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ କଲିକତା ଇଂରାଜୀ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
- ପିତାଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ 1829 ମସିହାରେ ସଂସ୍କୃତ କଲେଜରେ ଯୋଗ ଦେଇଥିଲେ ବିଦ୍ୟାସାଗର ।
- ପିଲାବେଳରୁ ହିଁ ଗରିବ ଲୋକଙ୍କୁ ସମ୍ମାନ କରୁଥିଲେ ବିଦ୍ୟାସାଗର । ଗରିବୀ ହିଁ ତାଙ୍କୁ ଉଦାରତା ଶିଖାଇଥିଲା ।
- ଈଶ୍ବରଚନ୍ଦ୍ର ବିଦ୍ୟାସଗରଙ୍କ ଉପରେ ମହାତ୍ମା ଗାନ୍ଧୀ କହିଥିଲେ ଯେ ଶିକ୍ଷାଲାଭ କରିବା ପାଇଁ ସେ କେବଳ ଏକ ସମୁଦ୍ର ନୁହଁନ୍ତି, ବରଂ ଦୟା ଓ ଉଦାରତାର ପ୍ରତୀକ ହେଉଛନ୍ତି ଈଶ୍ବରଚନ୍ଦ୍ର ବିଦ୍ୟାସଗର ।
- ସାଧାରଣ ଜୀବନଶୈଳୀର ଥିବା ବିଦ୍ୟାସାଗର ଉଚ୍ଚମନା ଥିଲେ । ସାମାଜିକ ଏବଂ ଶୈକ୍ଷିକ ପରିବର୍ତ୍ତନ ଉପରେ ସେ ଗୁରୁତ୍ବାରୋପ କରୁଥିଲେ ।
- ବିଦ୍ୟାସଗର ଅନେକ ବହି ଲେଖିଛନ୍ତି । ସଂସ୍କୃତରେ ତାଙ୍କର ଆଗାଧ ପାଣ୍ଡିତ୍ୟ ଥିଲା ।
- ରାଜା ରାମମୋହନ ରାୟଙ୍କ ବହୁତ ବଡ ପ୍ରଂଶସକ ଥିଲେ ବିଦ୍ୟାସାଗର ।
- ନାରୀଶିକ୍ଷା ଉପରେ ସେ ଗୁରୁତ୍ବ ଦେଉଥିଲେ । ରକ୍ଷଣଶୀଳ ପରିବାରକୁ ସେ ବିରୋଧ କରୁଥିଲେ । କଲିକତାରେ 35ଟି ବାଳିକା ବିଦ୍ୟାଳୟ ସ୍ଥାପନ ରିଥିଲେ ଈଶ୍ବରଚନ୍ଦ୍ର ବିଦ୍ୟାସଗର ।
- ସେ ବିଧବା ବିବାହକୁ ସମର୍ଥନ କରୁଥିଲେ । ଭାରତରେ ହିନ୍ଦୁ ପୁନଃବିବାହ ଆଇନ 1956 ଜୁଲାଇରେ ପାସ ହେବା ପରେ ତାଙ୍କର ଶ୍ରମ ସାର୍ଥକ ହୋଇଥିଲା ।
- ବେଙ୍ଗଲୀ ସମାଜ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ।