ଓଡିଶା

odisha

By

Published : Jun 26, 2020, 1:51 PM IST

Updated : Jun 26, 2020, 1:58 PM IST

ETV Bharat / bharat

ଭାରତୀୟ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲୋନ ଦେବ ଗୁଗଲ

ଲକଡାଉନ କାରଣରୁ ଛୋଟ ବଡ ବ୍ୟବସାୟ ବହୁ କ୍ଷତି ସହିଛନ୍ତି । ଏଭଳି ସଙ୍କଟ ସମୟରେ ଏହି ବ୍ୟବସାୟୀଙ୍କୁ ସାହାଯ୍ୟର ହାତ ବଢାଇଛି ଗୁଗଲ । କମ୍ପାନୀ ଖୁବଶୀଘ୍ର କ୍ଷୁଦ୍ର ବ୍ୟବସାୟୀଙ୍କୁ ଲୋନ ସୁବିଧା ଉପଲବ୍ଧ କରିବାକୁ ଯାଉଛି ।

google
ଭାରତୀୟ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲୋନ୍ ଦେବ ଗୁଗୁଲ୍

ନୂଆଦିଲ୍ଲୀ: କୋରୋନା ମହାମାରୀ ଭାରତର ଅର୍ଥନୀତିକୁ ବେଶ୍ ପ୍ରଭାବିତ କରିଛି । ପାଖାପାଖି 2 ମାସର ଲକଡାଉନ କାରଣରୁ ଛୋଟ ବଡ ବ୍ୟବସାୟ ବହୁ କ୍ଷତି ସହିଛନ୍ତି । ଏଭଳି ସଙ୍କଟ ସମୟରେ ଏହି ବ୍ୟବସାୟୀଙ୍କୁ ସାହାଯ୍ୟର ହାତ ବଢାଇଛି ଗୁଗଲ । କମ୍ପାନୀ ଖୁବଶୀଘ୍ର କ୍ଷୁଦ୍ର ବ୍ୟବସାୟୀଙ୍କୁ ଲୋନ ସୁବିଧା ଉପଲବ୍ଧ କରିବାକୁ ଯାଉଛି ।

କମ୍ପାନୀ ଏହି ନୂଆ ପଦକ୍ଷେପ ପାଇଁ ନିଜ ୟୁପିଆଇ ପେମେଣ୍ଟ ଆପ୍ ଗୁଗଲ ପେ’ ବିଜନେସ ଭର୍ଜନ ଗୁଗଲ ପେ’ ଫର ବିଜନେସକୁ ବ୍ୟବହାର କରିବାକୁ ଯାଉଛି। ଗ୍ୟାଜେଟ୍ 360 ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ସହଯୋଗୀ ଆର୍ଥିକ ସଂସ୍ଥାଗୁଡ଼ିକ ସହିତ ଯୋଗାଯୋଗରେ ଅଛି ଏବଂ ଏହି ଯୋଜନାରେ କାମ କରୁଛି । ବର୍ତ୍ତମାନ କମ୍ପାନୀ ଏନେଇ ଅଧିକ ସୂଚନା ଦେଇନାହିଁ। ଗତ ଗୁରୁବାର ଗୁଗଲ ଏହି ନୂଆ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛି ।

କମ୍ପାନୀ କହିଛି ଯେ, ପୂର୍ବରୁ ହିଁ ଗୁଗଲ ପେ ଫର ବିଜନେସ ଆପ୍ ଦ୍ବାରା ଦେଶରେ ପ୍ରାୟ 30 ଲକ୍ଷ ବ୍ୟବସାୟୀ ଜଡିତ ଅଛନ୍ତି । ବର୍ତ୍ତମାନ କମ୍ପାନୀ ଏମାନଙ୍କୁ ଲୋନ ଦେବା ନେଇ କାର୍ଯ୍ୟ କରୁଛି । ଏଥିସହ କମ୍ପାନୀ ନିୟରବାଏ ଷ୍ଟୋର୍ସ ଫିଚରକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଯାଉଛି। ଏହି ଫିଚର ମାଧ୍ୟମରେ ୟୁଜର ଗୁଗଲ ପେ ଆପରେ ସେମାନଙ୍କର ନିକଟତମ ଷ୍ଟୋର ଗୁଡିକ ବିଷୟରେ ସୂଚନା ପାଇପାରିବେ । ଏହି ଫିଚର ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ ଏବଂ ଚେନ୍ନାଇରେ ଉପଲବ୍ଧ ଥିଲା । କିନ୍ତୁ ବର୍ତ୍ତମାନ ଏହା ପ୍ରତ୍ୟେକ ୟୁଜରଙ୍କ ପାଇଁ ଉପଲବ୍ଧ ହେବ ।

Last Updated : Jun 26, 2020, 1:58 PM IST

ABOUT THE AUTHOR

...view details