ନୂଆଦିଲ୍ଲୀ: ଗୁଗଲରେ ବିଜ୍ଞାପନ ଖର୍ଚ୍ଚ କରିବା ମାମଲାରେ ସମସ୍ତ ରାଜନୈତିକ ଦଳଗୁଡିକୁ ପଛରେ ପକାଇଛି ବିଜେପି । ଅନ୍ୟପକ୍ଷେ ବିଜ୍ଞାପନ ଖର୍ଚ୍ଚ କରିବା ମାମଲାରେ ଷଷ୍ଠ ସ୍ଥାନରେ ରହିଛି ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ । 'ଭାରତୀୟ ପାରଦର୍ଶିତା ରିପୋର୍ଟ'ରୁ ଯାହାର ହୋଇଛି ଖୁଲାସା । ରିପୋର୍ଟ ଅନୁସାରେ, ରାଜନୈତିକ ଦଳଗୁଡିକ ଓ ତାର ସହଯୋଗୀ ୨୦୧୯ ଫେବୃଆରୀ ଯାଏଁ ବିଜ୍ଞାପନ ଉପରେ ୩.୭୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
ଗୁଗଲ ବିଜ୍ଞାପନରେ ଟଙ୍କା ଖର୍ଚ୍ଚ, ବିଜେପି ନମ୍ବର-1 - GOOGLE
ଗୁଗଲ ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରିବାରେ ବିଜେପି ନମ୍ବର-1 ଦଳ। ଏପରିକି ଗୁଗଲ ବିଜ୍ଞାପନର ସର୍ବମୋଟ ବିଜ୍ଞାପନ ଖର୍ଚ୍ଚର ପ୍ରାୟ ୩୨ ପ୍ରତିଶତ ହେଉଛି କେବଳ ବିଜେପିର। ଅନ୍ୟପକ୍ଷେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି।
ବିଜେପି ଗୁଗଲରେ ବିଜ୍ଞାପନ ଉପରେ ୧.୨୧ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହାସହ ବିଜେପି ଏହି ତାଲିକାରେ ଶୀର୍ଷରେ ରହିଛି । ଯାହା ଗୁଗଲ ବିଜ୍ଞାପନର ସର୍ବମୋଟ ବିଜ୍ଞାପନ ଖର୍ଚ୍ଚର ପ୍ରାୟ ୩୨ ପ୍ରତିଶତ ହେବ। ଅନ୍ୟପକ୍ଷେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି।ଦଳ ବିଜ୍ଞାପନ ଖର୍ଚ୍ଚ ପାଇଁ ୫୪, ୧୦୦ ଟଙ୍କା ଖର୍ଚ୍ଚ କରିଛି।
ରିପୋର୍ଟ ଅନୁସାରେ, ବିଜେପି ପରେ ଏହି ତାଲିକାରେ ଆନ୍ଧ୍ର ପ୍ରଦେଶର ଜଗନ ମୋହନ ରେଡ୍ଡିଙ୍କ ନେତୃତ୍ବରେ ୱାଇଏସଆର କଂଗ୍ରେସ ଦଳ ଦ୍ବିତୀୟ ସ୍ଥାନ ରହିଛି । ସେ ୧.୦୪ କୋଟି ଟଙ୍କା ଖର୍ଚ୍ଚ କରିଛି । 'ପମ୍ପୀ ସାଇ ଚରଣ ରେଡ୍ଡି' (ପ୍ରଚାରିକ) ୱାଇଏସଆର କଂଗ୍ରେସର ପ୍ରାର୍ଥୀଙ୍କ ପାଇଁ ୨୬,୪୦୦ ଟଙ୍କା ଖର୍ଚ୍ଚ କରିଛି । ସେହିପରି ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ଏହାର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଚାର ପାଇଁ 'ପ୍ରମାଣ୍ୟ ଷ୍ଟେଟେଜି କନସଲ୍ଟିଙ୍ଗ ପ୍ରାଇଭେଟ ଲିମିଟେଡ' ତାଲିକାରେ ତୃତୀୟ ସ୍ଥାନରେ ରହିଛି ।