ଓଡିଶା

odisha

ETV Bharat / bharat

ଇନଷ୍ଟଲ କରିବାକୁ ପଡିବନି ଆପ୍, ଜିମେଲରେ ଉପଲବ୍ଧ ଗୁଗଲ ମିଟ୍

ଜିମେଲରୁ ସିଧାସଳଖ ଭିଡିଓ କଲ କରିପାରିବେ ୟୁଜର୍ସ । ନିଜ ସ୍ମାର୍ଟଫୋନ୍ ଦ୍ବାର ଏହି ସୁବିଧା ଉପଲବ୍ଧ ହୋଇପାରିବ । ଆଗରୁ ଜିମେଲରେ ଏହି ସୁବିଧା ନଥିଲା । ସେଥିପାଇଁ ଫୋନରେ ଗୁଗଲ ମିଟ୍ ଇନଷ୍ଟଲ କରିବାକୁ ପଡୁଥିଲା । ଅଧିକ ପଢନ୍ତୁ..

By

Published : Jun 17, 2020, 7:44 PM IST

ଇନଷ୍ଟଲ କରିବାକୁ ପଡିବନି ଆପ୍, ଜିମେଲରେ ଉପଲବ୍ଧ ଗୁଗଲ ମିଟ୍
ଇନଷ୍ଟଲ କରିବାକୁ ପଡିବନି ଆପ୍, ଜିମେଲରେ ଉପଲବ୍ଧ ଗୁଗଲ ମିଟ୍

ହାଇଦ୍ରାବାଦ: ଜି ସୁଟ୍ ୟୁଜର୍ସଙ୍କ ପାଇଁ ଗୁଗଲ ଏକ ନୂଆ ଅପସନ ବାହାର କରିଛି । ଏବେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ମୋବାଇଲରେ ଉପଲବ୍ଧ ହେବ ଗୁଗଲ ମିଟ୍ । ଉଭୟ ଭର୍ସନର ଜିମେଲରେ ଏହି ସୁବିଧା ଦେଇଛି ଗୁଗଲ ।

ଫଳରେ ଜିମେଲରୁ ସିଧାସଳଖ ଭିଡିଓ କଲ କରିପାରିବେ ୟୁଜର୍ସ । ନିଜ ସ୍ମାର୍ଟଫୋନ୍ ଦ୍ବାର ଏହି ସୁବିଧା ଉପଲବ୍ଧ ହୋଇପାରିବ । ଆଗରୁ ଜିମେଲରେ ଏହି ସୁବିଧା ନଥିଲା । ସେଥିପାଇଁ ଫୋନରେ ଗୁଗଲ ମିଟ୍ ଇନଷ୍ଟଲ କରିବାକୁ ପଡୁଥିଲା । ପୂର୍ବରୁ କମ୍ପୁଟର ଜିମେଲରେ ମିଟ୍ ଆପ୍ ଅପସନ୍ ଉପଲବ୍ଧ ହୋଇସାରିଛି ।

ମିଟ୍ ଆପ୍ ସିଧାସଳଖ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ଏହା କୌଣସି ପ୍ରକାର ସମସ୍ୟାରେ ପକାଇବ ନାହିଁ । ସେମାନେ ଏହି ଆପ୍ ଦ୍ବାରା ପୁଣି ଜିମେଲ ସହ ଯୋଡି ହେବେ ନାହିଁ । ସେମାନଙ୍କୁ ଜିମେଲ ଖୋଲିବାର କୌଣସି ଆବଶ୍ୟକତା ନାହିଁ । ଭିଡିଓ କଲରେ ଏମାନେ ସିଧାସଳଖ ସଂଯୁକ୍ତ ହେବେ । ଯେଉଁମାନେ ଜିମେଲରୁ ଗୁଗଲ ମିଟ୍ ଦ୍ବାରା କଲ କରିବେ ସେମାନଙ୍କୁ ମଧ୍ୟ ଗୁଗଲ ମିଟ୍ ଇନଷ୍ଟଲ କରିବା ଦରକାର ନାହିଁ । ଜିମେଲରେ ଏବେ ଏହି ଅପସନ ଉପଲବ୍ଧ ଥିବା ଗୁଗଲ ସୂଚନା ଦେଇଛି ।

ତେବେ ଏହା କେବଳ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଭର୍ସନ ଥିବା ସ୍ମାର୍ଟଫୋନରେ ଉପଲବ୍ଧ ହେବ । ଅନ୍ୟ କୌଣସି ପ୍ରକାର ଫୋନରେ ଏହି ସୁବିଧା ନାହିଁ । ଜୁଲାଇରୁ ଏହା ଆରମ୍ଭ ହେବ । ଏହି ଆପ୍ ଦ୍ବାରା ଏକାଧିକ ଭିଡିଓ ଆପ୍ ବ୍ୟବହାର କରୁଥିବା ଲୋକଙ୍କୁ ଅଧିକ ସୁବିଧା ହେବ । ପ୍ରକାଶ ଥାଉ କି ଗୁଗଲ ମିଟ୍ ଲକଡାଉନରେ ଅଧିକ ଚାହିଦାରେ ରହିଛି । ଅନେକ ଲୋକ ଏହାକୁ ଡାଉନଲୋଡ୍ କରିଛନ୍ତି । ବିଶେଷ କରି ଘରେ ରହି ଅଫିସ କାମ କରୁଥିବା ଲୋକଙ୍କ ପାଇଁ ଏହା ଉପକାରୀ ସାବ୍ୟସ୍ତ ହୋଇଛି ।

ABOUT THE AUTHOR

...view details