ନୂଆଦିଲ୍ଲୀ: ଆଜି ଗୁଗୁଲ ଡୁଡୁଲରେ ଲିପ ଡେ । ପ୍ରତି ଚାରି ବର୍ଷରେ ଥରେ ଆସେ ଏହି ଦିନ । ଫେବୃୟାରୀ 28 ଦିନିଆ ଥିବାବେଳେ, ଲିପ ଡେ ରେ 29 ଦିନ ରହିଥାଏ । ଯାହାକୁ ଅଧିବର୍ଷ ମଧ୍ୟ କୁହାଯାଏ । 2016, 2020 ଆଉ ଆଗକୁ 2024ରେ ମଧ୍ୟ ଏହି ଦିନ ଆସିବ । ଗ୍ରେଗୋରିଆନ କ୍ୟାଲେଣ୍ଡର ସହିତ ବିଭିନ୍ନ ସୋଲାର କ୍ୟାଲେଣ୍ଡରରେ ଏହା ପାଳନ କରାଯାଇଥାଏ ।
ଗୁଗୁଲ ଡୁଡୁଲରେ ଲିପ ଡେ - Googledoodle
ଗୁଗୁଲ ଡୁଡୁଲରେ ଲିପ ଡେ । ପ୍ରତି ଚାରି ବର୍ଷରେ ଥରେ ଆସେ ଏହି ଡେ । ଅଧିକ ପଢନ୍ତୁ....
ଗୁଗୁଲ ଡୁଡୁଲରେ ଲିପ ଡେ
ଏହି ବର୍ଷ 365 ଦିନ ପରିବର୍ତ୍ତେ 366 ଦିନ ଥାଏ । ଏହି ଦିନଟି ବର୍ଷର ସବୁଠାରୁ କମ୍ ମାସରେ ଅର୍ଥାତ୍ ଫେବୃଆରୀରେ ଯୋଡା ଯାଇଛି । ପ୍ରକୃତରେ, ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ 365 ଦିନ ଏବଂ ପ୍ରାୟ 6 ଘଣ୍ଟା ଲାଗେ । ଏହି କାରଣରୁ, ପ୍ରତି ଚାରିବର୍ଷରେ ଗୋଟିଏ ଦିନ ବୃଦ୍ଧି କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ