ଓଡିଶା

odisha

ETV Bharat / bharat

2021 ଯାଏଁ ବଢିଲା ଗୁଗଲର ‘ୱାର୍କ ଫର୍ମ ହୋମ୍’ ଅବଧି - ଗୁଗୁଲର ‘ୱାର୍କ ଫର୍ମ ହୋମ୍’ ଅବଧି

ଗୁଗଲ କର୍ମଚାରୀ ବର୍ତ୍ତମାନ ଜୁନ 2021 ଯାଏଁ ଘରେ ବସି କାମ କରିବେ । ଗୁଗଲ ନିଜ କର୍ମଚାରୀଙ୍କ ୱାର୍କ ଫର୍ମ ହୋମ୍ ଅବଧିକୁ 2021 ଯାଏଁ ବୃଦ୍ଧି କରିଛି ।

ଗୁଗୁଲର ‘ୱାର୍କ ଫର୍ମ ହୋମ୍’ ଅବଧି
ଗୁଗୁଲର ‘ୱାର୍କ ଫର୍ମ ହୋମ୍’ ଅବଧି

By

Published : Jul 28, 2020, 12:42 PM IST

ନୂଆଦିଲ୍ଲୀ: ଗୁଗଲ କର୍ମଚାରୀ ବର୍ତ୍ତମାନ ଜୁନ 2021 ଯାଏଁ ଘରେ ବସି କାମ କରିବେ । ଗୁଗଲ ନିଜ କର୍ମଚାରୀଙ୍କ ୱାର୍କ ଫର୍ମ ହୋମ୍ ଅବଧିକୁ 2021 ଯାଏଁ ବୃଦ୍ଧି କରିଛି । ଗୁଗୁଲ ପୂର୍ବରୁ କହିଥିଲା ଚଳିତ ବର୍ଷ ଜୁନ୍ ସୁଦ୍ଧା ଏହା ସର୍ବଭାରତୀୟ ସ୍ତରରେ ଅଧିକ କାର୍ଯ୍ୟାଳୟ ଖୋଲିବା ଆରମ୍ଭ କରିଦେବ କିନ୍ତୁ ଅଧିକାଂଶ ଗୁଗଲ୍ କର୍ମଚାରୀ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଘରୁ କାମ କରିବେ।

ଗୁଗଲର ମୁଖ୍ୟକାର୍ଯ୍ୟନିର୍ବାହୀ ସୁନ୍ଦର ପିଚାଇ ଗତ ସପ୍ତାହରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅନ୍ୟ କେତେକ କମ୍ପାନୀ ମଧ୍ୟ ସେମାନଙ୍କ ଅଧିକାଂଶ କର୍ମଚାରୀଙ୍କୁ କୋଭିଡ-19 ମହାମାରୀରୁ ରକ୍ଷା କରିବା ଉଦ୍ଦେଶ୍ୟରେ 2020 ରୁ ଶେଷ ପର୍ଯ୍ୟନ୍ତ ଘରୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି । ଟ୍ବିଟର ମଧ୍ୟ ଏହାର କିଛି କର୍ମଚାରୀଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ୱାର୍କ ଫର୍ମ ହୋମ୍’ ପ୍ରସ୍ତାବ ଦେଇଛି।

ଅନ୍ୟପକ୍ଷେ ଅଷ୍ଟ୍ରେଲିଆ କନଜ୍ୟୁମର ୱାଚଡଗ୍ ଗୁଗୁଲ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କମ୍ପାନୀ ଅଭିଯୋଗ କରିଛି ଯେ, ଗୁଗଲ ଅଷ୍ଟ୍ରେଲିଆ ୟୁଜର୍ସଙ୍କ ଡାଟା ସଂଗ୍ରହ କରୁଛି । ବିଜ୍ଞାପନ କରିବା ପାଇଁ ୟୁଜର୍ସଙ୍କ ଡାଟାକୁ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ABOUT THE AUTHOR

...view details