ଓଡିଶା

odisha

ETV Bharat / bharat

ସୋସିଆଲ ଡିଷ୍ଟାନ୍ସିଂ ନେଇ ଗୁଗୁଲ ଡୁଓର ନୂଆ ଫିଚର, ଜାଣନ୍ତୁ..

ସୋସିଆଲ ଡିଷ୍ଟାନ୍ସିଂ ନେଇ ଗୁଗୁଲ ଡୁଓର ନୂଆ ଫିଚର । 8 ବଦଳେ 12 ଜଣ ଏକାଠି ଭିଡିଓ କଲରେ ହୋଇପାରିବେ କଥାବାର୍ତ୍ତା । ଅଧିକ ପଢନ୍ତୁ...

By

Published : Mar 30, 2020, 6:15 PM IST

Updated : Mar 30, 2020, 10:00 PM IST

Google Duo increases group calling limit to 12 participants
ସୋସିଆଲ ଡିସଷ୍ଟାନ୍ସିଂ ନେଇ ଗୁଗୁଲ ଡୁଓର ନୂଆ ଫିଚର

ହାଇଦ୍ରାବାଦ: କୋରୋନା ସଂକ୍ରମଣ ରୋକିବାକୁ ସରକାର ସାରା ଦେଶକୁ ଲକ ଡାଉନ କରିବା ସହ ସାମାଜିକ ଦୂରତ୍ବ ବନେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିନେଇ ଗୁଗୁଲ ଡୁଓରେ ଭିଡିଓ କଲର ପାର୍ଟିସିପେଣ୍ଟ ଲିମିଟ ବଢାଇଛି ।

ଗୁଗୁଲ ଡୁଓ ଭିଡିଓ କଲରେ ଏବେ ଏକାସହ 12 ଜଣ କଥା ହୋଇପାରିବେ । ପୂର୍ବରୁ ଏକାଠି 8 ଜଣ ଭିଡିଓରେ ସାମିଲ ହେବାର କ୍ଷମତା ରଖିଥିଲା ଡୁଓ। ବର୍ତ୍ତମାନ ଏହାଦ୍ବାରା ଆପଣ ନିଜର ପ୍ରିୟଜନଙ୍କ ସହ ଦୂରତ୍ବ ବନେଇ ରଖି କଥା ହୋଇପାରିବେ । ନିଜେ ସୁରକ୍ଷିତ ରହିବା ସହ ଆପଣଙ୍କ ପରିବାର ଏବଂ ସଂପର୍କୀୟଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୋଇପାରିବେ ।

ଏହାସହ ଆପଲ ଫେସ ଟାଇମରେ ଏକାସହ 32 ଜଣ, ସ୍କାଇପିରେ 50 ଏବଂ ଜୁମରେ 100 ଜଣ ଏକାଠି ଭିଡିଓ କଲରେ କଥା ହୋଇପାରିବେ । ଏନେଇ ନିକଟରେ ଟ୍ବିଟ କରିଥିଲେ ଗୁଗୁଲର ପ୍ରଡକ୍ଟ ମାନ୍ୟାଜମେଣ୍ଟର ବରିଷ୍ଠ ନିର୍ଦ୍ଦେଶନ ସାନାଜ ଅହାରୀ ଲିମିନସନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 30, 2020, 10:00 PM IST

For All Latest Updates

ABOUT THE AUTHOR

...view details