ନୂଆଦିଲ୍ଲୀ: କୋରୋନା କାୟାରେ ବିଶ୍ବବାସୀ କବଳିତ । ଏହି ସମୟରେ ସମସ୍ତେ ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିମଧ୍ୟରେ ହାତ ଧୋଇବା,ଶରୀରକୁ ସଫା ସୁତରା ରହିବା ନିହାତି ଜରୁରୀ । ତେବେ ବର୍ତ୍ତମାନର ଏହି ଘଡିସନ୍ଧି ମୁହୁର୍ତ୍ତରେ ମନେପଡୁଛନ୍ତି ଇଗନାଜ୍ ସେମିଇଲୱିସ୍ । ଏ ହେଉଛନ୍ତି ସେହି ପ୍ରଥମ ଲୋକ ଯିଏ ସ୍ବଚ୍ଛତା ପାଇଁ ହାତ ଧୋଇବାକୁ ପ୍ରାଧାନ୍ୟ ଦେବା ସହ ହ୍ୟାଣ୍ଡୱାସିଂ ବାହାର କରିଥିଲେ ।
ଇଗନାଜଙ୍କୁ ମନେପକାଉଛି ଗୁଗଲ ଡୁଡଲ, ପ୍ରଥମେ ଦେଇଥିଲେ ହାତ ସଫାର ବାର୍ତ୍ତା - ignaz-semmelweis
କୋରୋନା ପାଇଁ ବିଶ୍ବବାସୀ ଆତଙ୍କିତ । ଏହି ସମୟରେ ସ୍ବଚ୍ଛତା ଉପରେ ଦିଆଯାଉଛି ଅଧିକ ଧ୍ୟ୍ୟାନ। ଆଜିର ଦିନରେ ପ୍ରଥମେ ହାତ ଧୋଇବାକୁ ନିର୍ଦ୍ଦେଶ ଦେଇଥିଲେ ଇଗନାଜ୍ ସେମିଇଲୱିସ୍ । ଅଧିକ ଖବର ପଢନ୍ତୁ...
ଇଗନାଜଙ୍କୁ ମନେପକାଉଛି ଗୁଗଲ ଡୁଡଲ , ପ୍ରଥମେ ଦେଇଥିଲେ ହାତସଫାର ପରାମର୍ଶ
1847 ମସିହାର ଆଜିର ଦିନରେ ଡାକ୍ତର ଇଗନାଜ୍ ସେମିଲେଭିସ ଭିଆନା ମ୍ୟାଟରନିଟି ଜେନେରାଲ ହସ୍ପିଟାଲର ଚିଫ୍ ରୋସିଡେଣ୍ଟ ଭାବେ ନିଯୁକ୍ତ କରାଯାଇଥିଲା । ସେ ସେଠାରେ ସର୍ବପ୍ରଥମେ ଡାକ୍ତର ମାନଙ୍କୁ ରୋଗ ବ୍ୟାପିବା କମାଇବାକୁ ହାତ ଧୋଇବା ପାଇଁ ପରାମର୍ଶ ଦେଇଥିଲେ ।
ସୂଚନା ଅନୁସାରେ, ଜୁଲାଇ 1, 1818 ହଙ୍ଗେରୀର ବୁଦ୍ଧାରୁ ଡକ୍ଟରେଟ୍ ହାସଲ କରିଥିଲେ । ଏହାପରେ ନିଜର ପ୍ରାଥମିକ ଜୀବନ ଭିଏନା ହସ୍ପିଟାଲରେ ଆରମ୍ଭ କରିଥିଲେ । ତେବେ ସଂକ୍ରମଣର ମୂଳକାରଣ ହେଉଛି ଅପରିଷ୍କାର ହାତ ।