ଓଡିଶା

odisha

ETV Bharat / bharat

ଲକଡାଉନରେ ଘରେ ବସି ଖେଳନ୍ତୁ ଗୁଗୁଲ୍ ଡୁଡୁଲର ନୂଆ ଗେମ୍ ‘ସ୍କୋଭିଲ୍’ - ଘରେ ବସି ଖେଳନ୍ତୁ ଗୁଗୁଲ୍ ଡୁଡୁଲର ନୂଆ ଗେମ୍

କୋରୋନା ଲକଡାଉନ୍ ସମୟରେ ଗୁଗୁଲ୍ କିଛି ନୂଆ ଆଣିଛି । ଯାହା ଫଳରେ ଘରେ ଲକଡାଉନ୍ କାରଣରୁ ଫସିରହିଥିବା ଲୋକେ ଉପଭୋଗ କରିପାରିବେ ।

google doodle games scovile
ଗୁଗୁଲ୍ ଡୁଡୁଲର ନୂଆ ଗେମ୍ ‘ସ୍କୋଭିଲ୍’

By

Published : May 4, 2020, 2:41 PM IST

ନୂଆଦିଲ୍ଲୀ: କୋରୋନା ଲକଡାଉନ୍ ସମୟରେ ଗୁଗୁଲ୍ କିଛି ନୂଆ ଆଣିଛି । ଯାହା ଫଳରେ ଘରେ ଲକଡାଉନ୍ କାରଣରୁ ଫସିରହିଥିବା ଲୋକେ ଉପଭୋଗ କରିପାରିବେ । ଏଥର ମଧ୍ୟ ଗୁଗୁଲ ଏହାର ଡୁଡଲ୍ସ ଦ୍ବାରା ଲୋକଙ୍କ ପାଇଁ ଏକ ଖେଳ ପ୍ରସ୍ତୁତ କରିଛି । ଏହି ଗୁଗୁଲ୍ ଡୁଡଲ୍ ଖେଳ ଆମେରିକୀୟ ବୈଜ୍ଞାନିକ ୱିଲବର୍ ଲିଙ୍କନ୍ ସ୍କୋଭିଲ୍ ଉପରେ ରହିଛି ।

ଡୁଡଲ୍ ମାଧ୍ୟମରେ କୋରୋନା ଭାଇରସ ମହାମାରୀ ପରେ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଗୁଗୁଲ୍ ଏକ ‘ସ୍କୋଭିଲ୍’ ଗେମ୍ ନିର୍ମାଣ କରିଛି । ସ୍କୋଭିଲ୍ ହେଉଛି ଏକ ନୂତନ ଗୁଗୁଲ୍ ଗେମ୍ ସିରିଜର ଏକ ଅଂଶ ଯାହା ଗତ ସପ୍ତାହରେ ଲଞ୍ଚ କରାଯାଇଥିଲା । ଏହା ଅଧୀନରେ ଗୁଗୁଲ ନୂଆ ଖେଳ ଆଣିଛି ଯାହାକୁ ଲୋକମାନେ ଘରେ ରହି ଖେଳିପାରିବେ ।

ଆଜିର ଗୁଗୁଲ୍ ଡୁଡଲ୍, ୱିଲବର୍ ସ୍କୋଭିଲ୍ ସମ୍ମାନରେ ଉତ୍ସର୍ଗୀକୃତ । ଫାର୍ମାସିଷ୍ଟ ତଥା ଅନୁସନ୍ଧାନକାରୀ ସ୍କୋଭିଲଙ୍କ 151 ତମ ଜନ୍ମଦିନ ପାଳନ କରିବାକୁ ଗୁଗୁଲ ପ୍ରଥମ ଥର ପାଇଁ 22 ଜାନୁୟାରୀ 2016 ରେ ଏହି ଡୁଡଲ୍ ଲଞ୍ଚ କରିଥିଲା ​। 1865 ମସିହାରେ ଆମେରିକାର କନେକ୍ଟିକଟରେ ଜନ୍ମଗ୍ରହଣ କରିଥିବା ୱିଲବର୍ ସ୍କୋଭିଲ୍ ତାଙ୍କର ଅର୍ଗାନୋଲେପ୍ଟିକ୍ ପରୀକ୍ଷା ପାଇଁ ଜଣାଶୁଣା । ସେ 1912 ମସିହାରେ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ କାମ କରିଥିଲେ ।

ଗୁଗୁଲ୍ ଖୋଲିବା ମାତ୍ରେ ଏକ ରଙ୍ଗୀନ ଡୁଡଲ୍ ଦେଖାଯିବ । ଏଥିରେ ଗୁଗୁଲର ପ୍ରଥମ O ଏକ ବିଛଣାରେ ବସିଥିବାର ଦେଖାଯାଏ । ସେ ବାରମ୍ବାର ଚିଲି ଖାଉଥିବ । ଗୁଗୁଲ୍ ଡୁଡଲ୍ ଉପରେ କ୍ଲିକ୍ କରିବା ମାତ୍ରେ ଏକ ସବୁଜ ପୃଷ୍ଠା ଖୋଲିବ । ଏହି ସୁନ୍ଦର ପୃଷ୍ଠାରେ ଆମେରିକୀୟ ବୈଜ୍ଞାନିକ ୱିଲବର ଲିଙ୍କନ କୋଟ୍ ପିନ୍ଧିବା ସହ ଗୋଟିଏ ହାତରେ ବହି ଏବଂ ଅନ୍ୟ ହାତରେ ଚିଲି ଧରିଥିବାର ନଜର ଆସିବେ। ଏହି ଡୁଡଲ୍ ତଳେ ଏକ ପ୍ଲେ ବଟନ୍ ମଧ୍ୟ ଦିଆଯାଇଛି, ଯେଉଁଥିରେ ଆପଣ ଏହି ଗେମ୍ ଖେଳିପାରିବେ ।

ABOUT THE AUTHOR

...view details