ଓଡିଶା

odisha

ETV Bharat / bharat

'ଖରାପ ନୁହେଁ ଭଲ ରାସ୍ତାରେ ଘଟୁଛି ଦୁର୍ଘଟଣା' - ନୂଆ ମୋଟର ଯାନ ଆଇନକୁ ନେଇ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ବୟାନ

ନୂଆ ମୋଟର ଯାନ ଆଇନକୁ ନେଇ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କରଜୋଲ ଅଦ୍ଭୂତ ବୟାନ ଦେଇଛନ୍ତି । ସେ କହିଛନ୍ତି, ଖରାପ ରାସ୍ତା ନୁହେଁ ବରଂ ଉତ୍ତମ ଏବଂ ସୁରକ୍ଷିତ ରାସ୍ତାରେ ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟିଥାଏ ।

ଫାଇଲ ଫଟୋ

By

Published : Sep 12, 2019, 4:19 PM IST

ବେଙ୍ଗାଲୁରୁ: ନୂଆ ମୋଟର ଯାନ ଆଇନକୁ ନେଇ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କରଜୋଲ ଅଦ୍ଭୂତ ବୟାନ ଦେଇଛନ୍ତି । ସେ କହିଛନ୍ତି, ଖରାପ ରାସ୍ତା କାରଣରୁ ଦୁର୍ଘଟଣା ଘଟିନଥାଏ । ବରଂ ଉତ୍ତମ ଏବଂ ସୁରକ୍ଷିତ ରାସ୍ତାରେ ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟିଥାଏ । ହାଇୱେ ଉପରେ 100 କିମି ପ୍ରତି ଘଣ୍ଟାର ବେଗରେ ଗାଡି ଚଳାଇ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି ।

କରଜୋଲ ଏହା ମଧ୍ୟ କହିଛନ୍ତି ଯେ, ମୋଟର ଯାନ ଆଇନ ଆଧାରରେ ଦେଶରେ ଲାଗୁ ହୋଇଥିବା କଡା ଜୋରିମାନାକୁ ମଧ୍ୟ ମୁଁ ସମର୍ଥନ କରୁନାହିଁ । ରାଜ୍ୟରେ ଏହାକୁ ଲାଗୁ କରିବା ପୂର୍ବରୁ ଖୁବ ଶୀଘ୍ର ଏହି ନିୟମ ଉପରେ ବିଚାର କରାଯିବ । ଅପରପକ୍ଷେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି, ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯଦି କେହି ଜୋରିମାନାର ମୂଲ୍ୟ କମ କରିବାକୁ ଚାହୁଁଛନ୍ତି ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ। ଯେଉଁମାନେ ଆଇନର ଅବମାନନା କରୁନାହାନ୍ତି ସେମାନଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ଗତ ଜୁଲାଇ ମାସରେ ସଂସଦରେ ମୋଟର ଯାନ ବିଲ 2019 ପାରିତ ହୋଇଥିଲା । ଯେଉଁ ବିଲରେ ସଡକ ସୁରକ୍ଷା, ଟ୍ରାଫିକ୍ ରେଗ୍ୟୁଲେସନ, ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ଟ୍ରାଫିକ୍ ନିୟମ ଆଦିର ଜୋରିମାନା ମୂଲ୍ୟକୁ ବଢାଇ ଦିଆଯାଇଛି । ସାରା ଦେଶରେ ଏହି ନିୟମ ଲାଗୁ କରି ସରକାର ସଡକ ଦୁର୍ଘଟଣା ଏବଂ ଲୋକଙ୍କ ଭିତରେ ଟ୍ରାଫିକ୍ ନିୟମ ଉପରେ ଏକ ପ୍ରକାର ଅନୁଶାସନ ଆଣିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର।

ABOUT THE AUTHOR

...view details