ଓଡିଶା

odisha

ETV Bharat / bharat

ପାଉଡର ଆକାରରେ ସୁନା ଚାଲାଣ, ଜଣେ ଗିରଫ

ଦିନକୁ ଦିନ ବଢୁଛି ବେଆଇନ ସୁନା ଚାଲାଣ କାରବାର । କର୍ଣ୍ଣାଟକର ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବୁଧବାର 634ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

Gold worth Rs. 32 lakhs seized at mangalore Airport
ପାଉଡର ଆକାରରେ ସୁନା ଚାଲାଣ, ଜଣେ ଗିରଫ

By

Published : Oct 28, 2020, 3:01 PM IST

ବେଙ୍ଗାଲୁରୁ: ଦିନକୁ ଦିନ ବଢୁଛି ବେଆଇନ ସୁନା ଚାଲାଣ କାରବାର । କର୍ଣ୍ଣାଟକର ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବୁଧବାର 634ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ ।

କଷ୍ଟମ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ଆବୁବାକ୍କର ସିଦ୍ଦିକ ନାମକ ଜଣେ ବ୍ୟକ୍ତି ପାଉଡର ଆକାରରେ ସୁନା ଚୋରାରେ ଚାଲାଣ କରୁଥିଲେ । କଷ୍ଟମ ବିଭାଗ ଅନୁସନ୍ଧାନ କରି ଅଭିଯୁକ୍ତଙ୍କଠାରୁ 634ଗ୍ରାମର ସୁନା ଜବତ କରିଥିଲା । ଜବତ ସୁନାର ଆନୁମାନିକ ମୂଲ୍ୟ 32.93ଲକ୍ଷରୁ ଅଧିକ ହେବ ବୋଲି କହିଛି କଷ୍ଟମ ବିଭାଗ ।

ସୁନା ଚାଲାଣ କରିଥିବା ଯାତ୍ରୀ ଜଣକ ସ୍ପାଇସ୍ ଜେଟ ବିମାନରେ ଦୁବାଇରୁ ପହଞ୍ଚି ଥିଲେ । ଘଟଣାରେ ଆବୁବାକ୍କର ସିଦ୍ଦିକଙ୍କୁ ଗିରଫ କରିଛି କଷ୍ଟମ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details