ଥିରୁଅନନ୍ତପୁରମ: ଗୁଇନ୍ଦା ବିଭାଗକୁ ସଫଳତା । କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦରରୁ 599ଗ୍ରାମର ସୁନା ଜବତ । ଏହାର ମୂଲ୍ୟ 26ଲକ୍ଷ ଟଙ୍କା ହେବ ବୋଲି ଅନୁମାନ ହୋଇଛି ।
ସୂଚନାଅନୁସାରେ, ଦୁବାଇରୁ ଗୋଟିଏ ପରିବାର ବିମାନରେ ଯାତ୍ରା କରୁଥିବାବେଳେ ତାଙ୍କ ପାଖରୁ ଯାଞ୍ଚ ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା 599ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ । ସେମାନେ ଜେଟ୍ ଏସଜି 141 ବିମାନରେ ଯାତ୍ରା କରୁଥିବା ସୂଚନା ମିଳିଛି । ଜବତ ସୁନାର ମୂଲ୍ୟ ପ୍ରାୟ 26ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।