ଥିରୁଅନନ୍ତପୁରମ୍: କେରଳ ସୁନା ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପିଏସ(ପ୍ରନ୍ସିପାଲ ସେକ୍ରେଟାରୀ) ଏମ ଶିବଶଙ୍କରଙ୍କ ଅଭିଯୋଗକୁ ଖଣ୍ଡନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତାଙ୍କୁ କିଛି ରାଜନେତାଙ୍କ ନାମ ନେବାକୁ ଇଡି ଚାପ ପକାଉଥିବା ଏମ୍ ଶିବଶଙ୍କର ଅଭିଯୋଗ କରିଥିବାବେଳେ ଏହାକୁ ଖଣ୍ଡନ କରିଛି ଇଡି ।
କୋଚିର ଏକ କୋର୍ଟରେ ଶିବଶଙ୍କରଙ୍କ ପକ୍ଷରୁ ଦାଖଲ ହୋଇଥିବା ଦସ୍ତାବିଜ୍ରେ ଏପରି ଅଭିଯୋଗ ହୋଇଥିଲା । ତେବେ ଏହାକୁ ଖଣ୍ଡନ କରି ଇଡି ପକ୍ଷରୁ ଜବାବ ରଖାଯାଇଛି । ଶିବଶଙ୍କର ତାଙ୍କ ଦସ୍ତାବିଜ୍ରେ କହିଥିଲେ ଯେ, ‘ଇଡିର ଇଚ୍ଛା ଅନୁସାରେ, କିଛି ରାଜନେତାଙ୍କ ନାମ ନେବାକୁ ଇଡି ବାଧ୍ୟ କରୁଛି ।’
ଇଡି ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଥିବା ସମୟରେ ଏଭଳି ଚାପ ପକାଇଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଏହାକୁ ଖଣ୍ଡନ କରିବା ସହ ଏହା ଇଡି ବିରୋଧରେ ମିଥ୍ୟା ଖବର ଖେଳାଇବାକୁ କରାଯାଇଥିବା କୁହାଯାଇଛି ।