ଓଡିଶା

odisha

By

Published : Aug 1, 2020, 3:09 PM IST

ETV Bharat / bharat

କେରଳ ସୁନା ଚୋରା ଚାଲାଣ ମାମଲା, ଅଗଷ୍ଟ 21 ଯାଏଁ ନ୍ୟାୟିକ ହେପାଜତରେ ସ୍ବପ୍ନା ସୁରେଶ

ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବପ୍ନା ସୁରେଶ ଏବଂ ସନ୍ଦୀପ ନାୟାରଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବପ୍ନା ସୁରେଶ
ସ୍ବପ୍ନା ସୁରେଶ

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ସ୍ବପ୍ନା ସୁରେଶ ଏବଂ ସନ୍ଦୀପ ନାୟାରଙ୍କୁ ଶନିବାର ଅଗଷ୍ଟ 21 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଉଭୟ ଅଭିଯୁକ୍ତଙ୍କର କୋରୋନା ପରୀକ୍ଷଣ କରାଯିବ । ଏହାପରେ ସେମାନଙ୍କୁ ଏର୍ନାକୁଲମ ଜିଲ୍ଲା ଜେଲରେ ରଖାଯିବ ।

ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବପ୍ନା ସୁରେଶ ଏବଂ ସନ୍ଦୀପ ନାୟାରଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଅନୁସନ୍ଧାନ ଏଜେନ୍ସି ସୁରେଶ ଏବଂ ନାୟାରଙ୍କୁ ଜୁଲାଇ 11 ରେ ବେଙ୍ଗାଲୁରୁରୁ ଗିରଫ କରିଥିଲା । ଏହା ପୂର୍ବରୁ ତାଙ୍କୁ ଏଜେନ୍ସି ପଚରାଉଚରା କରିଥିଲା। ସୁନା ଚୋରା ଚାଲାଣ ସହ ଜଡିତ ହାଇ-ପ୍ରୋଫାଇଲ୍ ମାମଲାର ଅନୁସନ୍ଧାନ କରୁଥିବା ଏନଆଇଏ ପ୍ରମାଣ ସଂଗ୍ରହ ପାଇଁ ପୂର୍ବରୁ ସୁରେଶ, ନାୟାର ଏବଂ ସରିଥକୁ ତିରୁବନନ୍ତପୁରମର ବିଭିନ୍ନ ସ୍ଥାନକୁ ନେଇ ପଚାରାଉଚାରା କରିଥିଲା ।

ସୂଚନାଯୋଗ୍ୟ ଯେ, ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା । ଏହି ସୁନା ଚୋରା ଚାଲାଣ ପଛରେ ସ୍ବପ୍ୱା ସୁରେଶଙ୍କ ନାମ ସାମ୍ନାକୁ ଆସିଛି । ସ୍ବପ୍ନା କେରଳ ସରକାରଙ୍କ ଆଇଟି ବିଭାଗରେ ମ୍ୟାନେଜର ଭାବେ କାମ କରୁଥିବା ଜଣାପଡ଼ିଛି। ଏହାପୂର୍ବରୁ ସେ ୟୁଏଇ ଦୂତାବାସରେ ଏକଜିକ୍ୟୁଟିଭ୍ ଭାବେ ମଧ୍ୟ କାମ କରିଥିଲେ। ତେବେ ଏହାକୁ ନେଇ କେରଳ ରାଜନୀତି ସରଗରମ ହୋଇଛି ।

ABOUT THE AUTHOR

...view details