ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ସୁନା ଖଣି ଠାବ କରାଯାଇଛି । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଓ ଉତ୍ତରପ୍ରଦେଶ ଭୂବିଜ୍ଞାନ ଓ ଖନନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଏଠାରେ ସୁନା ମହଜୁଦ ଥିବା ଜଣାପଡିଛି ।
ଖଣିଜ ଉତ୍ତୋଳନ ପାଇଁ ଲିଜରେ ଦେବାକୁ ସରକାରଙ୍କ ଦ୍ବାରା ସର୍ଭେ କରାଯାଉଥିଲା ବେଳେ ସୋନପାହାଡି ଓ ହାରଡିରେ ସୁନାଠୁଳ ଥୁବା ଜଣାପଡିଥିଲା । ସୋନପାହାଡି ସ୍ଥିତ ଖଣିରେ 2ହଜାର 7ଶହ ମିଲିୟନ ଟନ ସୁନା ଗଚ୍ଛିତ ରହିଥବା ବେଳେ ହାରଡିରେ 650 ମିଲିୟନ ଟନ ସୁନା ଗଚ୍ଛିତ ଥିବା ନେଇ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କଳନା କରାଯାଇଛି । ଏନେଇ ଜିଲ୍ଲା ଖଣିଖନନ ଅଧିକାରୀ ସୂଚନା ଦେଇଛନ୍ତି ।