ଲକ୍ଷ୍ନୌ : ଦେଶରେ କୋରୋନା ମାମଲା ବଢ଼ିବା ପରେ ମାସ୍କ ପିନ୍ଧିବା ନେଇ କଡ଼ା ନିୟମ ଲାଗୁ କରାଯାଇଛି । ଏହାକୁ ଅବମାନନା କଲେ ଗିରଫ ଏବଂ ଜୋରିମାନା ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ତେବେ ଏହାକୁ ନେଇ ଉତ୍ତର ପ୍ରଦେଶରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । କାନପୁରର ବେକୋଞ୍ଜ ଅଞ୍ଚଳରେ ବୁଲୁଥିବା ଏକ ଛେଳିକୁ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ଗିରଫ କରିଛି ପୋଲିସ ।
ସୂଚନା ମୁତାବକ, ବେକୋଙ୍ଗଞ୍ଜ ପୋଲିସ ଛେଳିଟିକୁ ଗିରଫ କରି ପୋଲିସ ଷ୍ଟେସନକୁ ନେଇଥିଲା । ଛେଳିର ମାଲିକ ଏହା ଜାଣି ତୁରନ୍ତ ପୋଲିସ ଷ୍ଟେସନକୁ ଯାଇଥିଲେ। ତେବେ ଛେଳିକୁ ଛାଡିଦେବା ପାଇଁ ସେ ପୋଲିସ ନିକଟରେ ନିବେଦନ କରିଥିଲା । ଏହାପରେ ପୋଲିସ ଛେଳିଟିକୁ ଫେରାଇ ଦେବା ସହ ଛେଳିକୁ ରାସ୍ତାରେ ନଛାଡିବାକୁ ଚେତାବନୀ ଦେଇଥିଲା ।