ପାନାଜୀ: କୋରାନ ଏବଂ ବାଇବେଲ ଅଧ୍ୟୟନ ପାଇଁ ଆଗ୍ରହୀ ହୋଇ ଉଠିଛନ୍ତି ବିଜେପି ଶାସିତ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେ ଆଜିକାଲି ଏହି ଧର୍ମଗ୍ରନ୍ଥ ଦ୍ବୟକୁ ପଢୁଥିବା ନିଜେ ଜଣାଇଛନ୍ତି। ଉଭୟ ପୁସ୍ତକର ହିନ୍ଦୀ ଅନୁବାଦ ପଢୁଛନ୍ତି ମୁଖ୍ୟମନ୍ତ୍ରୀ ସାୱନ୍ତ। ଯାହା ତାଙ୍କୁ ଉପହାର ସ୍ବରୂପ ମିଳିଥିଲା।
କୋରାନ-ବାଇବେଲ ପ୍ରତି ମନବଳାଇଲେ ଗୋଆ ମୁଖ୍ୟମନ୍ତ୍ରୀ - କୁରାନ-ବାଇବଲ ପ୍ରତି ମନବଳାଇଲେ ଗୋଆ ମୁଖ୍ୟମନ୍ତ୍ରୀ
କୋରାନ ଏବଂ ବାଇବେଲ ଅଧ୍ୟୟନ କରୁଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ସେ ଉଭୟ ପୁସ୍ତକର ହିନ୍ଦୀ ଅନୁବାଦ ପଢୁଛନ୍ତି।
ମୁଖ୍ୟମନ୍ତ୍ରୀ ସାୱନ୍ତ କୋରାନ ପାଠ କରିବା ଉପରେ କହିଛନ୍ତି ଯେ ଏଥିରେ କ'ଣ ଉଲ୍ଲେଖ ରହିଛି ତାହା ମୁଁ ଜାଣିବାକୁ ଚାହେଁ । ଏବେ ସୁଦ୍ଧା ମୁଁ ମାତ୍ର କେତୋଟି ଅଧ୍ୟାୟ ପଢିଛି। କୋରାନରେ ସମସ୍ତ ଜୀବକୁ ଶ୍ରେଷ୍ଠ ବୋଲି ଉଲ୍ଲେଖ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରାନ ହେଉ ଅବା ବାଇବେଲ କିମ୍ବା ଶ୍ରୀମଦ ଭାଗବତ ଗୀତା, ଏ ସମସ୍ତ ଧାର୍ମିକ ପୁସ୍ତକରେ କୌଣସି ଅନ୍ୟ ଧର୍ମର ଉପହାସ କିମ୍ବା ଅପପ୍ରଚାର କରିବାର ସନ୍ଦେଶ ଦିଆଯାଇନାହିଁ। ମୁସଲମାନ ଧର୍ମ ସର୍ବଶ୍ରେଷ୍ଠ କିନ୍ତୁ ଅନ୍ୟ ଧର୍ମର ମଧ୍ୟ ସମ୍ମାନ କରିବା ଉଚିତ ବୋଲି କୋରାନରେ ଉଲ୍ଲେଖ ଥିବା ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ସହିତ ସେ କହିଛନ୍ତି ଗୋଆ ସରକାର ଧାର୍ମିକ ସମ୍ପ୍ରଦାୟ ଆଧାରରେ ଭେଦଭାବ କରନ୍ତି ନାହିଁ। ରାଜ୍ୟରେ ସମାନ ନାଗରିକ ସହିଂତା ଲାଗୁ ଅଛି । ସମସ୍ତ ଯୋଜନା ସମସ୍ତ ବର୍ଗର ଲୋକଙ୍କ ପାଇଁ ସମାନ ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି।