ନୂଆଦିଲ୍ଲୀ: 2019 ଜୁଲାଇରୁ ଆରମ୍ଭ ହୋଇଥିବା ବିଜେପିର ସାଙ୍ଗଠନିକ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ଶେଷ ସୁଦ୍ଧା ଦଳ ସର୍ବ ଭାରତୀୟ ସ୍ତରରେ ସାଙ୍ଗଠନିକ ନିର୍ବାଚନ ଶେଷ କରିବାକୁ ଲକ୍ଷ୍ୟ ରଖିଛି।
ସଦାନନ୍ଦ ତନାୱଡେ ହେଲେ ଗୋଆ ବିଜେପି ମୁଖ୍ୟ - ବିଜେପିର ସାଂଗଠନିକ କାର୍ଯ୍ୟ
ଶେଷ ପର୍ଯ୍ୟାୟରେ ବିଜେପିର ସାଙ୍ଗଠନିକ କାର୍ଯ୍ୟ। ଗୋଆ ପ୍ରଦେଶର ପାଇଁ ରାଜ୍ୟ ବିଜେପି ମୁଖିଆ ନିଯୁକ୍ତ। ଚଳିତ ମାସ ସୁଦ୍ଧା ଶେଷ ହେବ ଦଳର ସାଙ୍ଗଠନିକ କାର୍ଯ୍ୟ।
Goa Bjp chef
ଯାହାର ଫଳ ସ୍ବରୂପ ରବିବାର ଗୋଆ ବିଜେପି ମୁଖ୍ୟ ଭାବେ ସଦାନନ୍ଦ ତନାୱଡେଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହ ଖୁବ ଶୀଘ୍ର ଓଡିଶା, ଝାଡଖଣ୍ଡ, ଅନ୍ୟ କିଛି ପ୍ରଦେଶ ସହ ଦଳର ଜାତୀୟ ସଭାପତି ମଧ୍ୟ ନିଯୁକ୍ତ ହେବେ। ପୂର୍ବରୁ ଗୋଆ ବିଜେପି ଅଧ୍ୟକ୍ଷ ଭାବେ ବିନୟ ତେନ୍ଦୁଲକର କାର୍ଯ୍ୟ କରୁଥିଲେ।