ଓଡିଶା

odisha

ETV Bharat / bharat

ଲକଡାଉନ ପ୍ରଭାବ: ମେ' 3 ଯାଏଁ ବିନା ଦରମା ଛୁଟିରେ ଗଲେ ଗୋଏୟାର କର୍ମାଚାରୀ - ଲକଡାଉନ ପ୍ରଭାବ

କୋରୋନା ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ ପାଇଁ ସମସ୍ତ ବିମାନ ଚଳାଚଳ ବନ୍ଦ ରହିଛି । ଯେଉଁଥିପାଇଁ ଗୋ ଏୟାର କର୍ମଚାରୀଙ୍କୁ 3 ମେ' ପର୍ଯ୍ୟନ୍ତ ବିନା ବେତନ ଛୁଟିରେ ରହିବାକୁ କୁହାହୋଇଛି । ଅଧିକ ପଢନ୍ତୁ...

Go Air employees went on unpaid leave until May 3
ମେ' 3 ଯାଏଁ ବିନା ଦରମା ଛୁଟିରେ ଗଲେ ଗୋ ଏୟାର କର୍ମାଚାରୀ

By

Published : Apr 19, 2020, 3:53 PM IST

ନୂଆଦିଲ୍ଲୀ: କେତେକ କମ୍ପାନୀ କୋରୋନା ଭାଇରସ୍ ଲକଡାଉନ କାରଣରୁ କର୍ମଚାରୀଙ୍କ ଦରମା ହ୍ରାସ କରିଥିବାବେଳେ ଅନେକ କମ୍ପାନୀର କର୍ମଚାରୀଙ୍କୁ ବେତନ ପ୍ରଦାନ କରି ଛୁଟିରେ ପଠାଯାଇଛି । ଘରୋଇ କ୍ଷେତ୍ର ଏୟାରଲାଇନ୍ସ କମ୍ପାନୀ ଗୋଏୟାର ଏହାର ଅଧିକାଂଶ 5 ହଜାର 500 କର୍ମଚାରୀଙ୍କୁ 3 ମଇ ପର୍ଯ୍ୟନ୍ତ ବିନା ବେତନ ଛୁଟିରେ ରହିବାକୁ କହିଛନ୍ତି। ଲକଡାଉନ ଯୋଗୁଁ କମ୍ପାନୀର ଜାହାଜ ଉଡ଼ିବାରେ ସକ୍ଷମ ନୁହଁ ।

ୱାଡିଆ ଗ୍ରୁପର ଏହି ଏୟାରଲାଇନ୍ସ କମ୍ପାନୀ କର୍ମଚାରୀମାନଙ୍କୁ ଧୀରେ ଧୀରେ ବିନା ବେତନରେ ରହିବାକୁ କହିଥିଲେ। ଏହା ବ୍ୟତୀତ ଦରମା ହ୍ରାସ ମଧ୍ୟ କରାଯାଇଥିଲା। କମ୍ପାନୀ କର୍ମଚାରୀମାନଙ୍କୁ ସୂଚନା ଦେଇ କହିଛି ଯେ, ଲକଡାଉନ ମେ' 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଏହା ସହିତ ବିମାନ ଉଡାଣ ମଧ୍ୟ ଭରିବନି । ତେଣୁ, ଆମେ ଆପଣଙ୍କୁ ଅନୁରୋଧ କରିବାକୁ ବାଧ୍ୟ ଯେ 3 ମେ' ପର୍ଯ୍ୟନ୍ତ 'ବିନା ଦରମାରେ’ରେ ରୁହନ୍ତୁ । ବୋଧହୁଏ ଏହାକୁ ଆହୁରି ବିସ୍ତାର କରିବାକୁ ପଡିବ ।

ଅଧିକାଂଶ ବିମାନ କମ୍ପାନୀ 15 ଏପ୍ରିଲରୁ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲେ। କାରଣ ସେମାନେ ଆଶା କରିଥିଲେ ଯେ, ଏହି ଲକଡାଉନ ସରିଯିବ । ଜଣେ ଅଧିକାରୀ କହିଛନ୍ତି ଯେ 10% କର୍ମଚାରୀ କାର୍ଯ୍ୟ ଜାରି ରଖିବେ। କାରଣ ଅପରେସନ୍ ବନ୍ଦ ହେବା ପରେ ମଧ୍ୟ ସେମାନଙ୍କୁ ଆବଶ୍ୟକ କାମ ପାଇଁ ଆସିବାକୁ ପଡିବ। ସେମାନଙ୍କୁ ଆଂଶିକ ଦରମା ଦିଆଯିବ ।

ବିମାନ କମ୍ପାନୀଗୁଡିକ ବର୍ତ୍ତମାନ ମେ 4 ରୁ ସେବା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ଏୟାର ଇଣ୍ଡିଆ ସମେତ ଅନେକ କମ୍ପାନୀ 4 ମେ’ ରୁ ବିମାନ ବୁକିଂ ଆରମ୍ଭ କରିଛନ୍ତି । ଏହି ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶନିବାର କହିଛନ୍ତି ଯେ ଘରୋଇ ତଥା ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ହିଁ ବିମାନ ସେବା ଟିକେଟ ବୁକିଂ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି ।

ABOUT THE AUTHOR

...view details