ଓଡିଶା

odisha

ETV Bharat / bharat

ଏକ୍ସପାରୀ ଗ୍ଲୁକୋଜ ଖାଇ 4 ଶିଶୁ ଅସୁସ୍ଥ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ - Jodhpur hospital

ରାଜସ୍ଥାନ ଯୋଧପୁର ହସ୍ପିଟାଲରୁ ଆସିଛି ଏକ ଅଭାବନୀୟ ଚିତ୍ର। ଏକ୍ସପାରୀ ଡେଟ୍ ବା ବ୍ୟବହାର ଅବଧି ଶେଷ ହୋଇଥିବା ଗ୍ଲୁକୋଜ ଦିଆଯାଇ 4 ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ଏକ୍ସପାରିଡେଟ୍ ଗ୍ଲୁକୋଜ ନେଇ 4 ଶିଶୁ ଅସୁସ୍ଥ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ
ଏକ୍ସପାରିଡେଟ୍ ଗ୍ଲୁକୋଜ ନେଇ 4 ଶିଶୁ ଅସୁସ୍ଥ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

By

Published : Jul 7, 2020, 11:40 AM IST

ଜୟପୁର: କୋରୋନା କାଳରେ ଅଘଟଣ। ମହାମାରୀ ସମୟରେ ସରକାରୀ ଓ ବେସରକାରୀ ମେଡିକାଲରେ ବିଭିନ୍ନ ଅସୁବିଧା ସାମ୍ନାକୁ ଆସୁଛି। ଏଭଳି ସମୟରେ ରାଜସ୍ଥାନ ଯୋଧପୁର ହସ୍ପିଟାଲରୁ ଆସିଛି ଏକ ଅଭାବନୀୟ ଚିତ୍ର। ଏକ୍ସପାରିଡେଟ୍ ବା ବ୍ୟବହାର ଅବଧି ଶେଷ ହୋଇଥିବା ଗ୍ଲୁକୋଜ ନେଇ 4 ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ତେବେ ସମସ୍ତ ଶିଶୁଙ୍କ ଅବସ୍ଥା ଭଲ ଅଛି। ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ରଂଜନ ଦେଶାଇ କହିଛନ୍ତି ଯେ 'ଆମେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛୁ। ଯଦି ଏହି ମାମଲାରେ କୌଣସି ଭୁଲ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାମାନଙ୍କର ଅବସ୍ଥା ଏବେ ଠିକ୍ ଅଛି।''

କେଉଁ ପରିସ୍ଥିତିରେ ଏକ୍ସପାରୀ ଗ୍ଲୁକୋଜ ହସ୍ପିଟାଲ ୱାର୍ଡ ଭିତରେ ରହିଥିଲା ତାହାର ଅନୁସନ୍ଧାନ କରାଯାଉ। ତେଣୁ ଦୁଇଟି ସ୍ତରରେ ଅବହେଳା ଦେଖାଯାଉଛି। ଯଦିଓ ଯୋଧପୁରର ଏହି ଡାକ୍ତରଖାନାରେ ବାରମ୍ବାର ଚରମ ଅବହେଳା ମାମଲା ଦେଖାଦେଇଛି, କିନ୍ତୁ କୋରୋନା ପୁନରୁଦ୍ଧାର ହାର ଦୃଷ୍ଟିରୁ ରାଜସ୍ଥାନ ଦେଶର ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି।

ରାଜସ୍ଥାନରେ କୋରୋନା ରୋଗୀଙ୍କ ସୁସ୍ଥତା ହାର 80.2 ପ୍ରତିଶତକୁ ବୃଦ୍ଧି ପାଇଛି। ରାଜସ୍ଥାନରେ ପ୍ରାୟ 8.45 ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି, ସେଥିମଧ୍ୟରୁ ପ୍ରାୟ 19000 ଜଣ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛି। କିନ୍ତୁ ରାଜସ୍ଥାନରେ କୋରୋନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର 3307 ।

ABOUT THE AUTHOR

...view details