ଓଡିଶା

odisha

By

Published : Mar 28, 2020, 11:22 AM IST

ETV Bharat / bharat

କୋରୋନା କବଜାରେ ବିଶ୍ବ, 27 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ମହାମାରୀ କୋରୋନା 5,90,000 ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ 27,000ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଅଧିକ ପଢନ୍ତୁ...

କୋରୋନା କବଜାରେ ବିଶ୍ବ, 27 ହଜାର ଟପିଲା ମୃତ୍ୟୁ ସଂଖ୍ୟା
କୋରୋନା କବଜାରେ ବିଶ୍ବ, 27 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ହାଇଦ୍ରାବାଦ: ବିଶ୍ବରେ ମହାମାରୀ କୋରୋନାର ଆତଙ୍କ ଜାରିରହିଛି । କୋରୋନା କବଜାରେ ଥିବା ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମହାମାରୀ ଭାଇରସ ପ୍ରଭାବରେ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା 27 ହଜାର ଟପି ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 5,97,256ରେ ପହଞ୍ଚିଛି ।

କୋରୋନା କବଜାରେ ବିଶ୍ବ, 27 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ କୋରୋନା କବଳରେ ରହିଛି । ଏଠାକେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ ଟପିଯାଇଛି । ଏହାସହ ଆମେରିକା କୋରୋନା ପଜିଟିଭ ମାମଲାରେ ଚୀନ, ଇଟାଲୀ ଓ ସ୍ପେନକୁ ପଛରେ ପକାଇଁ ବିଶ୍ବର ସର୍ବାଧିକ କୋରୋନା ଆକ୍ରାନ୍ତ ଥିବା ଦେଶ ପାଲଟିଛି ।

ସେହିପରି ଇଟାଲୀରେ କୋରୋନା ପ୍ରଭାବରେ ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ସ୍ଥିତିରେ କୋରୋନାର କେନ୍ଦ୍ର ପାଲଟିଥିବା ଇଟାଲୀରେ ଶୁକ୍ରବାର କେବଳ ଗୋଟିଏ ଦିନରେ ହିଁ 1000 ଲୋକଙ୍କ ମୃତ୍ୟ ହୋଇଛି । ଅନ୍ୟପକ୍ଷେ ଦକ୍ଷିଣ କୋରିଆରେ କୋରୋନା ଭାଇରସର 149ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ବର୍ତ୍ତମାନ ସୁଦ୍ଧ ଦକ୍ଷିଣ କୋରିଆରେ 9478 ଜଣ କୋରୋନାରେ ଆକ୍ରାଥିବା ବେଳେ ଏଠାରେ ମୃତ୍ୟୁସଂଖ୍ୟା 144ରେ ପହଞ୍ଚିଛି ।

କୋରୋନାର ଉତ୍ପତି ସ୍ଥଳୀ ଚୀନରେ ପୁଣି 54ଟି ନୂଆ ମାମଲା ସାମ୍ନାକୁ ଆସିଛି । ଶନିବାର ଚୀନରେ 3 ଜଣଙ୍କର କୋରୋନାରେ ମୃ୍ତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଚୀନରେ କୋରୋନାରେ ମୃତ୍ୟୁ ସଂଖ୍ୟା 3295ରେ ପହଞ୍ଚିଛି ଏବଂ 81,395 ଜଣ ଆକ୍ରାନ୍ତ ଅଛନ୍ତି ।

ଅନ୍ୟପକ୍ଷେ ମହାମାରୀ କୋରୋନା ଭାଇରସ ବିଶ୍ବ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗିଦେଇଛି । ଭାଇରସ ବିରୋଧରେ ବିଶ୍ବ ଏବେ ଅଘୋଷିତ ଯୁଦ୍ଧ ଲଢୁଛି । କୋରୋନା ସହ ଲଢିବା ପାଇଁ ବିଶ୍ବର ସବୁ ଦେଶ ଆପ୍ରାଣ ଉଦ୍ୟମ କରୁଛନ୍ତି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2.2 ଟ୍ରିଲିୟନ ଡଲାର ସହାୟତା ପ୍ୟାକେଜରେ ସ୍ବାକ୍ଷର କରିଛନ୍ତି। କୋରୋନା ସଙ୍କଟ ମଧ୍ୟରେ କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡିକ ଆମେରିକା ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details