ଓଡିଶା

odisha

ETV Bharat / bharat

ବିଶ୍ବରେ କୋଟିଏ ଛୁଇଁଲା କୋରୋନା ସଂକ୍ରମଣ - କୋରୋନା ଅପଡେଟ

ବିଶ୍ବରେ ସାଙ୍ଘାତିକ ହେଉଛି କୋରୋନା । ଆମେରିକାରେ 25 ଲକ୍ଷ ପାର କଲା ସଂକ୍ରମଣ ମାମଲା । ବ୍ରାଜିଲ ଓ ଭାରତ ମଧ୍ୟରେ ଅନିୟନ୍ତ୍ରିତ ଭାବେ ବଢୁଛି କୋରୋନା ସଂକ୍ରମଣ । ଅଧିକ ପଢନ୍ତୁ...

ବିଶ୍ବରେ କୋଟିଏ ଛୁଇଁଲା କୋରୋନା ସଂକ୍ରମଣ
ବିଶ୍ବରେ କୋଟିଏ ଛୁଇଁଲା କୋରୋନା ସଂକ୍ରମଣ

By

Published : Jun 28, 2020, 7:08 AM IST

ଜେନିଭା: ଭୟଙ୍କର ହେଉଛି କୋରୋନା ଭାଇରସ । ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି ସଂକ୍ରମଣ । ଦୀର୍ଘ 7 ମାସ ହେବ ସାରା ବିଶ୍ବକୁ କଲବଲ କରୁଛି କୋରୋନା । ବିଶ୍ବରେ ଆଜି ସଂକ୍ରମଣ କୋଟିଏ ଛୁଇଁଛି । ୱାର୍ଲ୍ଡ ମିଟର ତଥ୍ୟ ଅନୁସାରେ, ବିଶ୍ବରେ ମୋଟ ସଂକ୍ରମଣ 1 କୋଟି 74 ହଜାର 567 ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା 5 ଲକ୍ଷ ଟପି ଯାଇଛି ।

ବିଶ୍ବରେ ସର୍ବାଧିକ କୋରୋନା ପ୍ରଭାବିତଙ୍କ ମଧ୍ୟରେ ପ୍ରଥମେ ଆମେରିକା, ବ୍ରାଜିଲ, ରୁଷିଆ ପରେ ଭାରତ ରହିଛି । ଆମେରିକାରେ ସଂକ୍ରମଣ ଚିହ୍ନଟ ହେବା ଦିନ ଠାରୁ ପରିସ୍ଥିତି ଅନିୟନ୍ତ୍ରିତ ରହିଛି । ଏଠାରେ ଆଜି ସୁଦ୍ଧା ମୋଟ ସଂକ୍ରମିତ 25 ଲକ୍ଷ ପାର କରିଛି । ଏହି ଭାଇରସରେ 1 ଲକ୍ଷ 25 ହଜାର 434 ଜଣ ମୃତ୍ୟୁବରଣ କଲେଣି । ଆମେରିକାର ନ୍ୟୁୟର୍କରେ 3 ଲକ୍ଷ 91 ହଜାର 923 ସଂକ୍ରମିତ ମାମଲା ସହ 31 ହଜାର 362 ଜଣଙ୍କ ଜୀବନ ଯାଇଥିବା ରେକର୍ଡ କରାଯାଇଛି ।

ସେହିଭଳି ବ୍ରାଜିଲରେ 13 ଲକ୍ଷ 15 ହଜାର 941ରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରାଜିଲରେ ଶନିବାର ଗୋଟିଏ ଦିନରେ 990 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା 57 ହଜାର 103ରେ ପହଞ୍ଚିଛି । ବ୍ରାଜିଲର ସବୁଠାରୁ ଜନବହୁଳ ପ୍ରଦେଶ ସାଓପଲୋରେ କୋରୋନା ମାମଲା 2ଲକ୍ଷ 58 ହଜାରରୁ ଅଧିକ ରହିଛି । କେବଳ ସାଓପଲୋରେ 14 ହଜାର ସଂକ୍ରମିତଙ୍କ ଜୀବନ ଯାଇଛି ।

ଅନ୍ୟପଟେ ରୁଷିଆରେ ମଧ୍ୟ ସଂକ୍ରମିତ ମାମଲା 6 ଲକ୍ଷ 27 ହଜାର 646 ପାର ରିପୋର୍ଟ କରାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ 8 ହଜାର 969 ଜଣଙ୍କ ଜୀବନ ଯାଇଛି । ଭାରତରେ ମଧ୍ୟ ସଂକ୍ରମଣ ହାର 5 ଲକ୍ଷ 29 ହଜାର 577ରେ ପହଞ୍ଚିଛି । କୋରୋନା ମୃତ୍ୟୁ ସଂଖ୍ୟାରେ ରୁଷିଆର ଦ୍ବିଗୁଣ ରହିଛି । ଭାରତରେ କୋରୋନାରେ 16 ହଜାର 103 ଜଣଙ୍କ ପ୍ରାଣ ଯାଇଛି । ବିଟ୍ରେନରେ ସଂକ୍ରମିତ ମାମଲା 3 ଲକ୍ଷ 10 ହଜାର 250 ରହିବା ସହ ସ୍ପେନରେ 2 ଲକ୍ଷ 75 ହଜାର 549 ରହିଛି ।

ସୂଚନାଯୋଗ୍ୟ, କୋରୋନାର ଉତ୍ପଳୀ ସ୍ଥଳି କୁହାଯାଉଥିବା ଚୀନକୁ ପୁଣି ସଂକ୍ରମଣ ଫେରିଛି । ଚୀନର ରାଜଧାନୀ ବେଜିଂରେ ସଂକ୍ରମଣ ମାମଲା 300 ଟପିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି ରହିଛି । ସେହିପରି ଆମେରିକାରେ ମୃତ୍ୟୁ ସଂଖ୍ୟାରେ ଧୀରେ ଧୀରେ ହ୍ରାସ ପାଉଥିଲେ ସେଠାରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ନେଇ ଜଣେ ଶୀର୍ଷ ସ୍ବାସ୍ଥ୍ୟ ଅଧିକାରୀ ଆଶଙ୍କା କରିଛନ୍ତି ।

ABOUT THE AUTHOR

...view details