ଓଡିଶା

odisha

ETV Bharat / bharat

କୋରୋନା ଅପଡେଟ୍: ବିଶ୍ବବ୍ୟାପୀ 50 ଲକ୍ଷ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା 3.29 ଲକ୍ଷ

ମାଡି ଚାଲିଛି କୋରୋନା। ବିଶ୍ବବ୍ୟାପୀ କୋରୋନା ପଜିଟିଭ୍ ସଂଖ୍ୟା 50,47,377ରେ ପହଁଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ 3,29,816 ଛୁଇଁଲାଣି। ଅଧିକ ଖବର ପଢନ୍ତୁ...

By

Published : May 22, 2020, 9:08 AM IST

କୋରୋନା ଅପଡେଟ୍: ବିଶ୍ବବ୍ୟାପୀ 50 ଲକ୍ଷ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା 3.29 ଲକ୍ଷ
କୋରୋନା ଅପଡେଟ୍: ବିଶ୍ବବ୍ୟାପୀ 50 ଲକ୍ଷ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା 3.29 ଲକ୍ଷ

ନୂଆଦିଲ୍ଲୀ: ମାଡି ଚାଲିଛି କୋରୋନା। 188 ଟି ଦେଶରେ ଏହି ଭାଇରସର ଚେର ଲମ୍ବିଛି। ଶୁକ୍ରବାର ସୁଦ୍ଧା ବିଶ୍ବବ୍ୟାପୀ କୋରୋନା ପଜିଟିଭ୍ ସଂଖ୍ୟା 50,47,377ରେ ପହଁଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ 3,29,816 ଛୁଇଁଲାଣି।

ଉଭୟ ପଜିଟିଭ୍ ମାମଲା ଏବଂ ମୃତ୍ୟୁସଂଖ୍ୟାରେ ଆମେରିକା ଆଗରେ ଥିବାବେଳେ, ସମୁଦାୟ 1,562,714 ପଜିଟିଭ୍ ଏବେ ସୁଦ୍ଧା ଚିହ୍ନଟ ହୋଇଛନ୍ତି। ଏହା ପରେ ରଷ 317,554 , ବ୍ରାଜିଲରେ 291,579 , ବ୍ରିଟେନରେ 252,234 ଏବଂ ସ୍ପେନ୍ 233,037 ପଜିଟିଭ୍ ମାମଲା ରହିଛି।

ତେବେ ବିଶ୍ବ ବ୍ୟାପୀ ମୃତ୍ୟୁସଂଖ୍ୟାର ଏକ ତୃତୀୟାଂଶ ଆମେରିକାରେ ଦେଖା ଦେଇଛି। ଏହା ପରେ ବ୍ରିଟେନ 36,124, ଇଟାଲୀ 32,486 ରେ, ସ୍ପେନ୍ 27,940 ରେ ଏବଂ ଫ୍ରାନ୍ସ 28,135 କୋରୋନାରେ ପ୍ରାଣ ହରାଇଛନ୍ତି।

କେବଳ ସେତିକି ନୁହେଁ ଆମେରିକାକୁ କୋରୋନା ମାଡ ସହ ଦୁଇ ସପ୍ତାହ ବେରାଜଗାରୀ ଦୁର୍ଦ୍ଧିନ ବେଶି ବଢି ଯାଇଛି। ତେବେ ମାର୍ଚ୍ଚ ମଧ୍ୟଭାଗରେ କୋଭିଡ୍ 19 ର ପ୍ରସାରକୁ ରୋକିବା ପାଇଁ ଦେଶରେ ଲକଡାଉନ ପରେ ଏପରି ଉତ୍କଟ ବେକାରୀ ସମସ୍ୟା ସୃଷ୍ଟି କରିଛି।

ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି କହିଛି ଯେ ଇଟାଲୀ ଗୁରୁବାର ଦିନ କୋଭିଡ୍ 19 ମହାମାରୀରେ 156 ଟି ନୂତନ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ମୃତ୍ୟୁହାର ହ୍ରାସକୁ ବଜାୟ ରଖିବା ସହ ଦେଶରେ ବୁଧବାର 676 ଗୁରୁତର ଚିକିତ୍ସା କରୁଥିବା ବେଳେ ଗୁରୁବାର ଦିନ ଏହା 640ରେ ପହଁଞ୍ଚିଥିଲା।

ABOUT THE AUTHOR

...view details