ଓଡିଶା

odisha

ETV Bharat / bharat

2030 ସୁଦ୍ଧା ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ନୂଆ ପ୍ରୟାସ - ‘Reducing food loss and waste’

ତିନୋଟି ଆଜେଣ୍ଡାରେ ଖାଦ୍ୟ ନଷ୍ଟକୁ ରୋକାଯାଇପାରିବ । ଯଦି ଦେଶର ସରକାର ଓ ଜନତା ଜାଗ୍ରତ ହେବେ ତେବେ ଅନେକାଂଶରେ ଖାଦ୍ୟ ସମସ୍ୟା ରୋକାଯାଇପାରିବ । 50 ପ୍ରତିଶତ ଖାଦ୍ୟ ନଷ୍ଟକୁ ରୋକଯାଇପାରିଲେ ମଧ୍ୟ 2050 ପର୍ଯ୍ୟନ୍ତ ଖାଦ୍ୟ ସମସ୍ୟା ରୋକାଯାଇପାରିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 8, 2019, 5:23 AM IST


ହାଇଦ୍ରାବାଦ: ଖାଦ୍ୟ ସମସ୍ୟାକୁ ନେଇ ବର୍ତ୍ତମାନ ବିଶ୍ବ ଏକ ପ୍ରକାର ଲଢେଇ କରୁଛି । ପ୍ରତି ବର୍ଷ ପ୍ରାୟ 1.3 ବିଲିୟନ ଟନ୍ ଖାଦ୍ୟ ନଷ୍ଟ ହେଉଛି ବୋଲି ‘Reducing food loss and waste’ର ଏକ ସଙ୍କଳନରେ ପ୍ରକାଶ ପାଇଛି । 2030 ସୁଦ୍ଧା ସଂଯୁକ୍ତ ରାଷ୍ଟ୍ରର ମିଳିତ ପ୍ରୟାସରେ ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ଆଜେଣ୍ଡା ପ୍ରସ୍ତୁତ କରିବା ଜରୁରୀ । ବିଶ୍ବର ଅନେକ ପ୍ରାଇଭେଟ ଏନଜିଓ କିମ୍ବା ସରକାରୀ ଏନଜିଓ ଗୁଡିକ ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ଅନେକ ପ୍ରୟାସ କରିବା ସହ ପ୍ରାୟ 30ଟି ଖାଦ୍ୟ କମ୍ପାନି ଖାଦ୍ୟ ନଷ୍ଟ ହେବାରୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି ।

ଯଦି ପୃଥିବୀକୁ ନଷ୍ଟ ନକରି ପୁରା ଦୁନିଆକୁ ଖାଦ୍ୟ ଯୋଗାଇବା ତେବେ 2030 ସୁଦ୍ଧା ଖାଦ୍ୟ ନଷ୍ଟକୁ ରୋକିବା ଜରୁରୀ । ତେବେ ତିନୋଟି ଆଜେଣ୍ଡା, ଯାହା ଚାଷୀଠୀରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରବି...

ପ୍ରଥମ ଆଜେଣ୍ଡା:-
ଦେଶର ସରକାର ଓ କମ୍ପାନି ଗୁଡିକୁ ଏକ ଟାର୍ଗେଟ ରଖିବା ଆବଶ୍ୟକ । ପ୍ରତି ମାସ କେତେ ମାତ୍ରାରେ ଖାଦ୍ୟ ନଷ୍ଟ ହେଉଛି, ତାହାକୁ ଆକଳନ କରି ପଦକ୍ଷେପ ନିଆଯିବା ଜରୁରୀ ।

ଦ୍ବିତୀୟ ଆଜେଣ୍ଡା:-
ଚାଷୀମାନେ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଫସଲ କରିବା ସହ, ଫସଲର ମାନକୁ ବଢାଇବା ଆବଶ୍ୟକ । ଏହାସହ ଗ୍ରାହକଙ୍କୁ ଭଲ ଫଳ, ପରିବା ସହ ଫସଲର ଉପକାରିତା ବିଷୟରେ ସୂଚନା ଦେବା ଜରୁରୀ ।

ତୃତୀୟ ଆଜେଣ୍ଡା:-
ସରକାର ଓ ବ୍ୟବସାୟ ମାନଙ୍କୁ ଫସନ ବିକ୍ରିର ଗତିକୁ ବଢାଇବା ଆବଶ୍ୟକ । ଖାଦ୍ୟଚେନରେ ନଷ୍ଟ ହେଉଥିବା ଫସଲ ଗୁଡିକର ସମୀକ୍ଷା କରିବା ସହ । କେଉଁ ଫସଲ ଅଧିକ ନଷ୍ଟ ହେଉଛି ଓ କାହିଁକି । ଏହାର ଆକଳନ କରିବା ଆବଶ୍ୟକ । ଏହାସହ ଚାଷୀଙ୍କୁ ଅର୍ଥନୈତିକ ସହାୟତା ଦେବା ଆବଶ୍ୟକ । ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି ଉତ୍ପାଦନ କରିବା ଜରୁରୀ ।

ଏହି ଆଜେଣ୍ଡା କାରଣରୁ ଖାଦ୍ୟ ନଷ୍ଟ ହେବାରୁ ଅନେକାଂଶରେ ରୋକାଯାଇପାରିବ । ଏହି ପ୍ରକ୍ରିୟାକୁ କିଛି ଦିନ ହେବ ଆରମ୍ଭ କରାଯାଇଛି ବୋଲି ଗବେଷକ କହିଛନ୍ତି । ତେବେ ଏଥିରେ ବିଭିନ୍ନ ସମସ୍ୟା ଦେଖାଯିବ କିନ୍ତୁ ଖାଦ୍ୟ ନଷ୍ଟ ହେବାରୁ ରୋକିବା ପାଇଁ ଏହାକୁ ବିଚାର କରିବା ଆବଶ୍ୟକ ଥିଲା । 50 ପ୍ରତିଶତ ସଫଳତା ମଧ୍ୟ ଆମ ପାଇଁ ଅନେକ । ଏହାଦ୍ବାରା 2050 ଯାଏଁ ଖାଦ୍ୟର ସମସ୍ୟାକୁ ରୋକାଯାଇପାରିବ ।

ଖାଦ୍ୟ ନଷ୍ଟ ହେବାର ଏକ ମୁଖ୍ୟ କାରଣ ହେଉଛି ଅସମାନତା ଓ ଅସ୍ଥିରତା । ସମସ୍ତଙ୍କ ଖାଦ୍ୟ ଖାଇବା ଶୈଳୀ ଅଲଗା ଓ ଖାଦ୍ୟର ପ୍ରଣାଳୀ ମଧ୍ୟ ଅଲଗା । ଯଦି ଏହାକୁ ରୋକା ଯାଇପାରିବ ତେବେ ମନୁଷ୍ୟର ସ୍ବାସ୍ଥ୍ୟ ଉପରେ ଅନେକାଂଶରେ ପ୍ରଭାବ ପକାଇବ ଓ ଅନେକ ରୋଗ ହେବାରୁ ରୋକା ଯାଇପାରିବ । ତେବେ ଏହି ତିନୋଟି ଆଜେଣ୍ଡା ଖାଦ୍ୟ ନଷ୍ଟ ହେବାରୁ ରୋକି ପାରିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details