ନୂଆଦିଲ୍ଲୀ: ବନବିଭାଗ କର୍ମଚାରୀଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ ଓ ବନ୍ଧୁକ ଦିଆଯାଉ । ଶୁକ୍ରବାର ସୁପ୍ରିମକୋର୍ଟରେ ପ୍ରଧାନବିଚାରପତି ଏସଏ ବୋବଡେଙ୍କ ଦ୍ବାର ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଛି । ଏକ ଦୁର୍ଭାଗ୍ୟଜନକ ଘଟଣା ତଥା ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟାର ଶିକାର ହୋଇଥିବା ଜଙ୍ଗଲ ଅଧିକାରୀଙ୍କ ଘଟଣାକୁ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠ ଶୁଣାଣି କରିଛି ।
ସୁପ୍ରିମକୋର୍ଟରେ ପ୍ରଧାନବିଚାରପତି ଏସଏ ବୋବଡେଙ୍କ ଗଠିତ ଖଣ୍ଡପିଠରେ ଏଏସ ବୋପାନ୍ନା ଓ ଭି ରାମସୁବ୍ରମନ୍ୟୁମ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ହୃଦୟବିଦାରକ । ଜଙ୍ଗଲ କର୍ମଚାରୀମାନେ ଚପଲ ବାଡ଼ିରେ ଜଙ୍ଗଲ ଜମି ଏବଂ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଡ୍ୟୁଟିରେ ଥିବା ଦେଖି ଏହା ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି । ଜଙ୍ଗଲରେ ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଚୋରାଚାଲାଣକାରୀ ମାନେ ଆସୁଛନ୍ତି । ଏହାକୁ ସାମନା କରିବା ପାଇଁ ବନବିଭାଗ କର୍ମଚାରୀଙ୍କ ପାଖରେ କେବଳ ବାଡି ହିଁ ରହିଛି ।ଏହା ସହ ଆସାମ ସରକାରଙ୍କ ମୋଡେଲକୁ ଗ୍ରହଣ କରି ବନବିଭାଗ କର୍ମଚାରୀଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ ଓ ବନ୍ଧୁକ ଦିଆଯାଉ ବୋଲି ସୁପ୍ରିମକୋର୍ଟ କହିଛି ।