ରାୟପୁର: ନକ୍ସଲଙ୍କ ଟାର୍ଗେଟରେ ଝାଡଖଣ୍ଡରୁ ରାୟପୁରକୁ ଯାଉଥିବା ଗୀତାଞ୍ଜଳୀ ଏକ୍ସପ୍ରେସ । ଏହି ସୂଚନା ଦେଇଛି ଗୁଇନ୍ଦା ବିଭାଗ । ସୂଚନା ମିଳିବା ପରେ ଆରପିଏଫ, ଜିଆରପିଏଫ, ଜିଆରପି ପକ୍ଷରୁ ରେଳ ଲାଇନରେ କଡା ସୁରକ୍ଷା ଦିଆଯାଉଛି । ଯଦି ରାୟପୁର ରେଳ ମଣ୍ଡଳ ବିଷୟରେ ଦେଖାଯାଏତ ସମ୍ବେଦନଶୀଳ ସ୍ଥାନରେ ରେଳ ବିଭାଗ ପକ୍ଷରୁ ରେଳ ଲାଇନ ଓ ରାତିରେ ଚଲୁଥିବା ଟ୍ରେନ ଗୁଡିକରେ ଆରପିଏଫ ସୁରକ୍ଷା ବ୍ୟବସ୍ଥାରେ ବୃଦ୍ଧି କରାଯାଇଛି । ଯାହାଦ୍ବାରା ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିହେବ ।
ମାମଲାରେ ରାୟପୁର ରେଳ ବିଭାଗର ସିନିୟର ଡିସିଏମ ତନ୍ମୟ ମୁଖ୍ୟୋପାଧ୍ୟାୟଙ୍କ କହିବାନୂଯାୟୀ, ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।