ଓଡିଶା

odisha

ETV Bharat / bharat

କାଡିଲା ହେଲଥ୍ କେୟାରକୁ ସ୍ବଦେଶୀ ଟିକାର ମାନବ ପରୀକ୍ଷଣକୁ ଅନୁମତି

ଅହମ୍ମଦାବାଦ ସ୍ଥିତ ଜାଇସଲ କାଡିଲା ହେଲଥ୍ କେୟାର ଲିମିଟେଡକୁ କୋରୋନା ମୁକାବିଲା ପାଇଁ ସ୍ୱଦେଶୀ ଟିକାର ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ।

By

Published : Jul 3, 2020, 7:42 PM IST

gisel cadila
ଜାଇସଲ କାଡିଲା ହେଲ୍ଥ କେୟାରକୁ ସ୍ୱଦେଶୀ ଟିକା ମାନବ ପରିକ୍ଷଣଙ୍କୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ: ଜାଇସଲ କାଡିଲା ହେଲଥ୍ କେୟାର ଲିମିଟେଡକୁ କୋରୋନା ମୁକାବିଲା ପାଇଁ ସ୍ୱଦେଶୀ ଟିକାର ମାନବ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ଏହାସହ କ୍ଲିନିକାଲ ପରୀକ୍ଷା କରିବାକୁ ଅନୁମତି ଦେଇଛି ଡିସିଜିଆଇ । ଅହମ୍ମଦାବାଦ ସ୍ଥିତ ଜାଇସଲ କାଡିଲା ହେଲଥ୍ କେୟାର ଲିମିଟେଡକୁ ଏହି ଅନୁମତି ଦେଇଛି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)। କୋରୋନା ମହାମାରୀ ସମୟରେ ବିଶେଷଜ୍ଞ କମିଟିର ସୁପାରିଶ ଏବଂ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁମତି ଦିଆଯାଇଛି ।

ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଡିସିଜିଆଇ ଡ. ବି.ଜୀ ସୋମାନୀ କୋରୋନା ଭାଇରସ ମୁକାବିଲା ପାଇଁ ଜାଇସଲ କାଡିଲା ହେଲଥ୍ କେୟାର ଲିମିଟେଡ୍ ଦ୍ବାରା ବିକଶିତ ଟିକା ପ୍ରାଣୀମାନଙ୍କ ଉପରେ ସଫଳ ପରୀକ୍ଷଣ ପରେ ମାନବ ଉପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ କରିବାକୁ ଅନୁମତି ଦେଇଛନ୍ତି ।

ତେବେ କମ୍ପାନୀ ପଶୁମାନଙ୍କ ଉପରେ କରିଥିବା ପରୀକ୍ଷାର ତଥ୍ୟ ଡିସିଜିଆଇକୁ ହସ୍ତାନ୍ତର କରିଥିଲା । ଯେଉଁଥିରେ ଟିକା ସୁରକ୍ଷା ଏବଂ ନିରାପତ୍ତା କ୍ଷେତ୍ରରେ ସଫଳ ହୋଇଥିବା ଜଣାପଡିଥିଲା । ଏହାପରେ ଏହି ଟିକାର ମାନବ ଉପରେ ପରୀକ୍ଷଣକୁ ଅନୁମତି ମିଳିଛି। ତେବେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ କରିବାକୁ ପ୍ରାୟ ତିନି ମାସ ସମୟ ଲାଗିବ ।

ଏହାପୂର୍ବରୁ ଭାରତର ପ୍ରଥମ ସ୍ୱଦେଶୀ କୋଭିଡ -19 ଟିକା ‘କୋଭାକ୍ସିନ’କୁ ଡିସିଜିଆଇ ଦ୍ବାରା ମାନବ ପରୀକ୍ଷଣ ପାଇଁ ଅନୁମୋଦନ ମିଳିଥିଲା । କୋଭାକ୍ସିନକୁ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି)ର ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରାଯାଇଥିଲା ।

ABOUT THE AUTHOR

...view details