ଓଡିଶା

odisha

ETV Bharat / bharat

ଅନ୍ଧବିଶ୍ବାସର ଅନ୍ଧଗଳି, ମୃତ ନାବାଳିକାକୁ କଦଳୀଡଙ୍ଗାରେ ଭସାଇଲେ ଗ୍ରାମବାସୀ

ଆସାମ ଧୁବରୀ ଜିଲ୍ଲାର ବିଲାସିପାରା ଗ୍ରାମରେ ଜୀବନ ଫେରି ପାଇବା ଆଶାରେ ଜଣେ ମୃତ ନାବାଳିକାକୁ କଦଳୀ ଡଙ୍ଗାରେ ଭସାଇଲେ ଗ୍ରାମବାସୀ ।

By

Published : Jun 11, 2019, 8:41 PM IST

ଫାଇଲ ଫଟୋ

ଗୌହାଟି: ଦିନକୁ ଦିନ ଟେକନୋଲୋଜି ନିଜର କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଏବେ ସୁଦ୍ଧା ଅନ୍ଧବିଶ୍ବାସ ଜାଲରୁ ମୁକୁଳି ପାରୁନି ଭାରତ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଆସାମ ଧୁବରୀ ଜିଲ୍ଲାର ବିଲାସିପାରା ଗ୍ରାମରେ । ଜୀବନ ଫେରି ପାଇବା ଆଶାରେ ଜଣେ ମୃତ ନାବାଳିକାକୁ କଦଳୀ ଡଙ୍ଗାରେ ରଖି ଭସାଇଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ମୁତାବକ, ଶୁକ୍ରବାର ଜଣେ 5 ବର୍ଷୀୟ ଶିଶୁକନ୍ୟାକୁ ଏକ ବିଷଧର ସାପ କାମୁଡି ଥିଲା । ଆରମ୍ଭରୁ ତାର ଚିକିତ୍ସା ଏକ ତାନ୍ତ୍ରିକ ଦ୍ବାରା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ରବିବାର ତାକୁ ବୋଙ୍ଗାଇଗାଁବର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ତେବେ ବଞ୍ଚିବା ଆଶାରେ ତାର ମୃତଦେହକୁ ସମସ୍ତ ଗ୍ରାମବାସୀ ଏକ କଦଳୀ ଡଙ୍ଗାରେ ରଖି ବ୍ରହ୍ମପୁତ୍ର ନଦୀରେ ଭସାଇବା ଦେଖିବାକୁ ମିଳିଛି ।

For All Latest Updates

ABOUT THE AUTHOR

...view details