କୋଏମ୍ବାଟୁର: ମାରାତ୍ମକ କର୍କଟ ରୋଗ ରୋଗୀକୁ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ଦୁର୍ବଳ କରିପକାଏ । ଏଭଳି ସ୍ଥଳରେ ସେମାନଙ୍କ ମନୋବଳ ବଢାଇବା ନିତ୍ୟାନ୍ତ ଆବଶ୍ୟକ । ତେଣୁ କିଛି କର୍କଟ ପୀଡିତାଙ୍କ ମନୋବଳ ବଢାଇବାକୁ ସେମିତି କିଛି ଭେଟି ଦେଇଛନ୍ତି ତାମିଲନାଡୁର କୋଏମ୍ବାଟୁରର ଏକ ପ୍ରାଇଭେଟ କଲେଜର ଛାତ୍ରୀ ।
କୋଏମ୍ବାଟୁରର 80ଜଣ ଛାତ୍ରୀ କୌଣସି ଆର୍ଥକ ରୂପରେ ସହାୟତା କରିନାହାଁନ୍ତି । ବରଂ ନିଜର ଚୁଟିକୁ ଦାନ କରି କ୍ୟାନ୍ସର ପୀଡିତାଙ୍କ ପାଇଁ ଆତ୍ମବଳ ସୁଦୃଢ କରିବାକୁ ଚେଷ୍ଟା କରିଛନ୍ତି। କାରଣ କ୍ୟାନ୍ସର ପୀଡିତା ଚିକିତ୍ସା ପାଇଁ କେମୋ ନେବା ପରେ ସେମାନଙ୍କ ଚୁଟି ଉପୁଡି ପଡିଥାଏ । ଖାସ କରି ମହିଳାମାନେ ନିଜ ଚୁଟି ହରାଇବା ପରେ ଆହୁରି ଦୁର୍ବଳ ହୋଇପଡନ୍ତି । କାରଣ ମହିଳାଙ୍କ ସୁନ୍ଦରତା ସେମାନଙ୍କ କେଶ ହୋଇଥାଏ ।