ଚଣ୍ଡିଗଡ: ଦ୍ବିନ ଦ୍ବିପ୍ରହରରେ ରାସ୍ତା ଉପରୁ ଯୁବତୀକୁ ଉଠାଇଲେ ଦୁର୍ବୃତ୍ତ। ହରିୟାଣା ଝଜ୍ଜର ଛାୱନୀ ମୋହଲ୍ଲାରେ ଜଣେ ଯୁବତୀକୁ ରାସ୍ତା ଉପରୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣାଟି ଯୁବତୀଙ୍କ ମାଆଙ୍କ ଉପସ୍ଥିତିରେ ଘଟିଥିଲା ।
ସୂଚନାଯୋଗ୍ୟ, ଛାୱନୀ ମୋହଲ୍ଲରା ଜଣେ 28 ବର୍ଷୀୟ ଯୁବତୀ ମାଆଙ୍କ ସହ ସିଲେଇ ଶିଖି ଫେରୁଥିଲେ । ଏହି ସମୟରେ ହଠାତ ଏକ ଗାଡି ଆସି ଅଟକି ରହିଲା । ଯୁବତୀଙ୍କୁ ଜୋରଜବରଦୋସ୍ତି ଗାଡିର ପଛ କବାଟରେ ଭର୍ତ୍ତି କରି ଉଠାଇ ନେଇଥିଲେ । ଉକ୍ତ ଯୁବତୀଙ୍କ ମାଆ ଶତ ଚେଷ୍ଟା ମଧ୍ୟ ସେ ନିଜ ଝିଅକୁ ଦୁର୍ବୃତ୍ତଙ୍କ ନିକଟରୁ ବଞ୍ଚାଇ ପାରିନଥିଲେ । ଆଖପାଖ ଅଞ୍ଚଳର ଥିବା କେତେକ ବ୍ୟକ୍ତି ମଧ୍ୟ ଗାଡିକୁ ରୋକିବାକୁ ଚେଷ୍ଟା କରିଥିଲେ ।