ଓଡିଶା

odisha

ETV Bharat / bharat

‘ଶାହିନବାଗରେ ପ୍ରସ୍ତୁତ ହେଉଛି ଆତ୍ମଘାତୀ ବିସ୍ପୋରକ’ - ଶାହିନବାଗ ଆନ୍ଦୋଳନ

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଶାହିନବାଗ ଆନ୍ଦୋଳନକୁ ଆକ୍ଷେପ କରି ରାଜଧାନୀ ଦିଲ୍ଲୀରେ ଦେଶ ବିରୋଧରେ ଚକ୍ରାନ୍ତ ଚାଲିଥିବାର କହିଛନ୍ତି । ଅଧିକ ପଢନ୍ତୁ...

Giriraj Singh
ଫାଇଲ ଫଟୋ

By

Published : Feb 7, 2020, 4:45 AM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଶାହିନବାଗ ଆନ୍ଦୋଳନକୁ ଆକ୍ଷେପ କରି ରାଜଧାନୀ ଦିଲ୍ଲୀରେ ଦେଶ ବିରୋଧରେ ଚକ୍ରାନ୍ତ ଚାଲିଥିବା ନେଇ ଲଗାଇଛନ୍ତି ସଙ୍ଗୀନ ଆରୋପ । ଶାହିନବାଗରେ କେବଳ ଆନ୍ଦୋଳନ ହେଉନାହିଁ, ଏଠାରେ ଆତ୍ମଘାତୀ ଆକ୍ରମଣକାରୀଙ୍କ ଦଳ ପ୍ରସ୍ତୁତ କରାଯାଉଥିବାର ସେ କହିଛନ୍ତି ।

ଫଟୋ ସୌଜନ୍ୟ: @girirajsinghbjp

‘ଶାହିନବାଗରେ ଜଣେ ମହିଳାଙ୍କ ଶିଶୁର ଥଣ୍ଡା କାରଣରୁ ମୃତ୍ୟୁ ହେଲା ଆଉ ସେ ମହିଳା ଜଣକ କହୁଛନ୍ତି ମୋ ପୁଅ ଶହିଦ ହୋଇଛି, ଏହା ଏକ ଆତ୍ମଘାତୀ ବୋମା ନୁହେଁ ତ' ଆଉ କ'ଣ’ ବୋଲି ପ୍ରଶ୍ନ କରିଛନ୍ତି ଗିରିରାଜ ସିଂହ । ସେ ଆହୁରୀ ମଧ୍ୟ କହିଛନ୍ତି, ଦେଶକୁ ଆତ୍ମଘାତୀ ବୋମାରୁ ରକ୍ଷା କରିବା ପାଇଁ ଏପରି ଅସହଯୋଗ ଆନ୍ଦୋଳନ-2ରୁ ସଜାଗ ରୁହନ୍ତୁ ।

ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଅସହଯୋଗ ଆନ୍ଦୋଳନ ବିଷୟରେ କହିଛନ୍ତି । ଅନ୍ୟପକ୍ଷେ ଲୋକସଭାରେ ବଜେଟ ଅଧିବେଶନ ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା କରିଥିଲେ ବିଜେପିର ଯୁବ ସାଂସଦ ତେଜସ୍ବୀ ସୂର୍ଯ୍ୟା । ସେ ଶାହିନବାଗ ବିଷୟରେ ଆଲୋଚନା କରି ବହୁ ସଂଖ୍ୟକଙ୍କୁ ସମାଜରେ ସତର୍କ ରହିବାକୁ କହିଥିଲେ , ନଚେତ ମୋଗଲ ଶାସନ ପୁଣି ଫେରିଆସିବ ବୋଲି ମଧ୍ୟ କହିଛନ୍ତି ।

ABOUT THE AUTHOR

...view details