ଓଡିଶା

odisha

ଓଢଣୀ ଉଠାଇବେ ମହିଳା, ‘ଘୁଂଘଟ ହଟାଓ’ କୁ ରାଜସ୍ଥାନ ମହିଳାଙ୍କ ସମର୍ଥନ

ରାଜସ୍ଥାନର ବହୁ ସ୍ଥାନରେ ସରପଞ୍ଚ ପଦ ପାଇଁ ନିର୍ବାଚନ ପ୍ରଚାର ଚାଲିଛି । ଏହା ମଧ୍ୟରେ  ରାଜସ୍ଥାନ ସରକାର ମହିଳାଙ୍କୁ ‘ଘୁଂଘଟ ହଟାଓ’ ଅର୍ଥାତ୍ ମୁଣ୍ଡରୁ ଓଢଣୀ ଉଠାଇ ମତଦାନ କରିବାକୁ  ନିବେଦନ କରିଥିବା ବେଳେ କିଛି ସ୍ଥାନରେ ସରକାରଙ୍କ ଏହି ନିବେଦନକୁ ମହିଳାମାନେ ସ୍ବାଗତ କରିଛନ୍ତି  ।

By

Published : Jan 19, 2020, 7:40 PM IST

Published : Jan 19, 2020, 7:40 PM IST

ghunghat hatao is getting support of women
‘ଘୁଂଘଟ ହଟାଓ’ ଅଭିଯାନକୁ ରାଜସ୍ଥାନ ମହିଳାଙ୍କ ସମର୍ଥନ

ଜୟପୁର: ରାଜସ୍ଥାନର ବହୁ ସ୍ଥାନରେ ସରପଞ୍ଚ ପଦ ପାଇଁ ନିର୍ବାଚନ ପ୍ରଚାର ଚାଲିଛି । ଏହା ମଧ୍ୟରେ ରାଜସ୍ଥାନ ସରକାର ମହିଳାମାନଙ୍କୁ ‘ଘୁଂଘଟ ହଟାଓ’ ଅର୍ଥାତ୍ ମୁଣ୍ଡରୁ ଓଢଣୀ ଉଠାଇ ମତଦାନ କରିବାକୁ ନିବେଦନ କରିଥିବା ବେଳେ କିଛି ସ୍ଥାନରେ ସରକାରଙ୍କ ଏହି ନିବେଦନକୁ ମହିଳାମାନେ ସ୍ବାଗତ କରିଛନ୍ତି । ଏଥିସହ ମହିଳାମାନେ ନିର୍ବାଚନ ପ୍ରଚାର ସମୟରେ ଗାଁ ଗାଁ ବୁଲି ମହିଳାମାନଙ୍କୁ ଓଢଣୀ ହଟାଇବାକୁ ନିବେଦନ କରୁଛନ୍ତି ।

ତେବେ କିଛି ମହିଳାଙ୍କ କହିବା ଅନୁଯାୟୀ, ଆମ ସଂସ୍କାର ସବୁବେଳେ ଆମ ସାଥିରେ ଅଛି, କିନ୍ତୁ ଏବେ ଓଢଣୀ ଉଠାଇ ଆମ ସମାଜ ଓ ଗାଁ ପାଇଁ କିଛି କରିବା ସମୟ ଆସିଛି । ତେଣୁ ଏହି ଓଢଣୀ ପ୍ରଥାକୁ ହଟାଇବାର ସମୟ ଆସିଛି । ସେହିପରି କିଛି ବୃଦ୍ଧ ମହିଳାଙ୍କ କହିବାନୁଯାୟା, ଯୁଗ ବଦଳିଛି, ଏବେ ଆମକୁ ନିଜ ଭଉଣୀ, ଝିଅ ଓ ବୋହୂମାନଙ୍କୁ ଓଢଣୀ ତଳେ ରଖିବାକୁ ଚାହୁଁନାହୁଁ ।

ଗୋଟିଏ ପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ଘୁଂଘଟ ହଟାଓ’ ପ୍ରଥା ଉଠାଇବାକୁ ଅଭିଯାନ ଆରମ୍ଭ କରିଥିବା ବେଳେ ଅନ୍ୟ ପକ୍ଷେ କିଛି ଲୋକେ ଏହି ଅଭିଯାନର ବିରୋଧ କରୁଛନ୍ତି ।

ପ୍ରକାଶ ଥାଉକି, ରାଜସ୍ଥାନରେ ପଞ୍ଚାୟତିରାଜ ନିର୍ବାଚନକୁ ନେଇ ଗ୍ରାମାଞ୍ଚଳ ମାନଙ୍କରେ ରାଜନୀତି ପାଣିପାଗ ଗରମ ରହିଛି । ତେଣୁ ମହିଳାମାନେ ନିଜର ଓଢଣୀ ହଟାଇ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details