ନୂଆଦିଲ୍ଲୀ: ଦିଲ୍ଲୀର ଗାଜିଆବାଦରେ ଏବେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗ୍ରେପ ଲାଗୁ ହେବାପରେ ପ୍ରଥମଥର ପାଇଁ ବୁଧବାର ପ୍ରଦୂଷଣର ସ୍ତରରେ ବୃଦ୍ଧିପାଇଥିବା ଦେଖିବାକୁ ମିଳିଛି । ସକାଳ 7.30 ସମୟରେ ଗାଜିଆବାଦର ପ୍ରଦୂଷଣ ସ୍ତର 315QI ରହିଥିଲା ।
ପ୍ରଦୂଷଣରେ ଦିଲ୍ଲୀକୁ ମାତ୍ ଦେଲା ଗାଜିଆବାଦ - ଦିଲ୍ଲୀକୁ ମାତ୍ ଦେଲା ଗାଜିଆବାଦ
ଗାଜିଆବାଦରେ ବୃଦ୍ଧି ପାଇଛି ପ୍ରଦୂଷଣର ମାତ୍ରା । ସହରରେ ଗ୍ରେପ ଲାଗୁ ହେବାପରେ ଜିଲ୍ଲାଧିକାରୀ ଅଜୟ ଶଙ୍କର ପାଣ୍ଡେ ଜନପଦରେ ଏହାକୁ ଶକ୍ତ ଭାବେ ଲାଗୁ କରିବାପାଇଁ ଗ୍ରେପ ଇମ୍ପଲିମେଣ୍ଟେସନ ସ୍କାର୍ଡ(ଜିଆଇଏସ)ର ଗଠନ କରାଯାଇଛି ।
ଗୁରୁଗ୍ରାମ, ନୋଏଡା, ଗ୍ରେଟର-ନୋଏଡା, ଓ ଦିଲ୍ଲୀ ତୁଳନାରେ ଗାଜିଆବାଦର ପ୍ରଦୂଷଣ ସ୍ତର ସବୁଠୁ ଅଧିକ ରହିଥିଲା । ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ସୂଚନାନୂଯାୟୀ, ଗାଜିଆବାଦର ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ମାତ୍ରାରେ ପ୍ରଦୂଷଣର ହାରରେ ବୃଦ୍ଧି ପାଇଛି । ଅକ୍ଟୋବର 15ରେ ଦିଲ୍ଲୀ ଏନସିଆରରେ ଗ୍ରେଟେଡ ରେସପନ୍ସ ଆକ୍ସନ ପ୍ଲାନ(ଗ୍ରେପ ) ଲାଗୁ କରାଯାଇଛି । ଏନସିଆରରେ 19ଟି ହାର୍ଟ ସ୍ପର୍ଟ ଚିହ୍ନଟ କରାଯାଇଛି । ଯେଉଁଥିରେ ଗାଜିଆବାଦର ଔଦ୍ୟଗିକ କ୍ଷେତ୍ର ସାହିବାବାଦ ମଧ୍ୟ ସାମିଲ ରହିଛି ।
ସହରରେ ଗ୍ରେପ ଲାଗୁ ହେବାପରେ ଜିଲ୍ଲାଧିକାରୀ ଅଜୟ ଶଙ୍କର ପାଣ୍ଡେ ଜନପଦରେ ଏହାକୁ ଶକ୍ତ ଭାବେ ଲାଗୁ କରିବାପାଇଁ ଗ୍ରେପ ଇମ୍ପଲିମେଣ୍ଟେସନ ସ୍କାର୍ଡ(ଜିଆଇଏସ)ର ଗଠନ କରାଯାଇଛି । ଜିଆଇଏସ ଦ୍ବାରା ଜନପଦରେ ଏନଜିଟିର ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହାଦ୍ବାରା ସହରର ପ୍ରଦୂଷଣରେ ହ୍ରାସ ଦେଖିବାକୁ ମିଳିଛି ।