ଓଡିଶା

odisha

ସାମ୍ବାଦିକ ବିକ୍ରମ ଯୋଶୀ ହତ୍ୟା ଘଟଣା; ପ୍ରତିଶୃତି ଥିଲା ରାମରାଜ୍ୟର, ଚାଲିଛି ଗୁଣ୍ଡରାଜ

By

Published : Jul 22, 2020, 1:58 PM IST

ଉତ୍ତରପ୍ରଦେଶ ସାମ୍ବାଦିକ ବିକ୍ରଶ ଯୋଶୀଙ୍କ ହତ୍ୟା ଘଟଣା । ୟୁପି ସରକାରଙ୍କୁ ଘୋରିଲେ କେତେକ ରାଜନୈତକ ଦଳ । ଅଧିକ ପଢନ୍ତୁ...

ପ୍ରତିଶୃତି ଥିଲା ରାମରାଜ ଦେଲେ ଗୁଣ୍ଡରାଜ
ପ୍ରତିଶୃତି ଥିଲା ରାମରାଜ ଦେଲେ ଗୁଣ୍ଡରାଜ

କୋଲକାତା: ଗାଜିଆବାଦରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଆହତ ସାମ୍ବାଦିକ ବିକ୍ରମ ଯୋଶୀ ପ୍ରାଣ ହରାଇଛନ୍ତି । ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେବଳ ମମତା ବାନାର୍ଜୀ ନୁହଁନ୍ତି ରାହୁଲ ଗାନ୍ଧୀ ଓ ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ସମବେଦନା ଜଣାଇବା ସହ ୟୁପି ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି କହିଛନ୍ତି, ’’ଜଣେ ନିର୍ଭୀକ ସାମ୍ବାଦିକ ବିକ୍ରମ ଯୋଶୀଙ୍କ ପରିବାକୁ ମୁଁ ସମବେଦନା ଜଣାଉଛି । ନିଜ ଭାଣଜୀଙ୍କ ସହ ଅସଦାଚରଣ କରିଥିବା କିଛି ଅପରାଧିଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ତାଙ୍କୁ ୟୁପିରେ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଦେଶରେ ବର୍ତ୍ତମାନ ଭୟରେ ବାତାବରଣ ସୃଷ୍ଟି ହୋଇଛି । ଯିଏ ସ୍ବର ଉଠାଉଛି ତାକୁ ଚାପି ଦିଆଯାଉଛି । ଏଥିରୁ ଗଣମାଧ୍ୟମ ମଧ୍ୟ ବର୍ତ୍ତି ପାରିନାହିଁ । ’’

ଏହି ଘଟଣାରେ ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରି ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଟ୍ବିଟ କରି କହିଛନ୍ତି ’’ ନିଜ ଭାଣଜୀ ସହ ହୋଇଥିବା ଅସଦାଚରଣକୁ ବିରୋଧ କରିବାକୁ ତାଙ୍କୁ ମାରି ଦିଆଗଲା ।’’ ଏଥିସହ ସେ ଶୋକସନ୍ତପ ପରିବାରକୁ ସମ୍ବୋଧନା ଜଣାଇଛନ୍ତି । ପ୍ରତିଶୃତି ଥିଲା ରାମ ରାଜ୍ୟର କିନ୍ତୁ ଏଠି ଚାଲିଛି ଗୁଣ୍ଡାରାଜ ବୋଲି ରାହୁଲ ଗାନ୍ଧୀ କହି ସରକାର ଟାର୍ଗେଟ କରିଥିଲେ ।

ସେହିପରି ବିଏସପି ମୁଖ୍ୟ ମୟାବତୀ ମଧ୍ୟ ଟ୍ବିଟ କରି କହିଛନ୍ତି, ଉତ୍ତରପ୍ରଦେଶରେ ହତ୍ୟା ଏବଂ ମହିଳା ଅସୁରକ୍ଷିତତା ସମେତ ସମସ୍ତ ପ୍ରକାର ଗମ୍ଭୀର ଅପରାଧର ବନ୍ୟା ପରିସ୍ଥିତି ଜାରି ରହିଛି। ସ୍ପଷ୍ଟ ହୋଇଛି ଯେ, ଆଇନ ପରିବର୍ତ୍ତେ ୟୁପିରେ ଜଙ୍ଗଲ ରାଜ୍ ଚାଲିଛି। ୟୁପିରେ କୋରୋନା ଭାଇରସ ଅପେକ୍ଷା କ୍ରାଇମ ଭାଇରସ ଅଧିକ ଅପରାଧୀଙ୍କ ଭାଇରସ ଅଧିକ । ସରକାର ଏଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ବିକ୍ରମ ଯୋଶୀ ଉତ୍ତର ପ୍ରଦେଶର ଏକ ସାମ୍ବାଦିକ । ଗତ 4 ଦିନ ତଳେ ବିକ୍ରିମ ତାଙ୍କ ଭାଣଜୀକୁ କିଛି ଯୁବକ ହଇରାଣ କରୁଥିବା ନେଇ ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ । ଦୁର୍ବୃତ୍ତ ମାନେ ଏହାର ପ୍ରତିଶୋଧ ନେବାକୁ ସାମ୍ବାଦିକଙ୍କୁ ମାରିଥିବା ସନ୍ଦେହ କରାଯାଉଛି । ସୋମବାର ରାତି 10.30 ସମୟରେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details