ଗାଜିଆବାଦ: ଧର୍ମ ପରିବର୍ତ୍ତନକୁ ନେଇ ଗାଜିଆବାଦରୁ ଆସିଛି ଏକ ବଡ ଖବର । ହାଥରସ ଘଟଣାରେ ମର୍ମାହତ ବାଲ୍ମୀକି ସମାଜର 50 ପରିବାର ଗ୍ରହଣ କରିନେଇଛନ୍ତି ବୌଦ୍ଧ ଧର୍ମ । ମୋଟ 236 ଜଣ ବୌଦ୍ଧ ଧର୍ମ ଗ୍ରହଣ କରିଥିବା କୁହାଯାଉଛି ।
ଗତ ଅକ୍ଟୋବର 14ରେ 236 ଜଣ ଲୋକ ଏକଜୁଟ ହୋଇ ବାବା ସାହେବ ଆମ୍ବେଦକରଙ୍କ ପଣନାତିଙ୍କ ଉପସ୍ଥିତିରେ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଛନ୍ତି । ହାଥରସ ଘଟଣାରେ ମର୍ମାହାତ ହୋଇଥିବା 50 ପରିବାରର ସଦସ୍ୟ ପ୍ରତିକ୍ରିୟା ଦେଇଛନ୍ତି ।