ହାଇଦ୍ରାବାଦ: ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ 20ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ଏବେ ଭାରତ ସମେତ ବିଶ୍ବର ଅନେକ ରାଷ୍ଟ୍ରକୁ ଦୁଃଖିତ କରିଛି । ଶୁକ୍ରବାର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ଜର୍ମାନୀ ।
ଗଲୱାନ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଜର୍ମାନୀ-ମାଲଦ୍ୱୀପ - india china news
ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ 20ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ଜର୍ମାନୀ ।
ଜର୍ମାନୀ ରାଷ୍ଟ୍ରଦୂତ ବାଲ୍ଟର ଜେ ଲିଣ୍ଡନର ଟ୍ବିଟ କରି କହିଛନ୍ତି, 'ଗଲୱାନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ଏବଂ ପ୍ରିୟ ଲୋକଙ୍କ ପ୍ରତି ଜର୍ମାନୀ ସମବେଦନା ଜଣାଉଛି । '
ସେପଟେ ମାଲଦ୍ବୀପ ମଧ୍ୟ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛି । ମାଲଦ୍ବୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଭାରତ ପ୍ରତି ନିଜ ସମବେଦନା ବ୍ୟକ୍ତ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ସୀମାରେ ଘଟିଥିବା ସଂଘର୍ଷରେ ଭାରତ ହରାଇଥିବା ଯବାନଙ୍କ ପାଇଁ ସହୃଦୟର ସହ ସମବେଦନା ଜଣାଉଛି । ଆମ ପ୍ରାର୍ଥନା ଶହୀଦଙ୍କ ପରିବାର, ପ୍ରିୟଜନ ଏବଂ ଭାରତୀୟ ସେନା ସହ ରହିଛି ।