ଓଡିଶା

odisha

ETV Bharat / bharat

ଲିଙ୍ଗଗତ ସମାନତା: ବାସ୍ତବତା ଆକାଶ-ପାତାଳ ଫରକ - ଲିଙ୍ଗଗତ ସମାନତା

ଲିଙ୍ଗଗତ ସମାନତା ଆଜି ମଧ୍ୟ ଅନେକ ଦେଶରେ କେବଳ କାଗଜ କଲମ ଓ ଭାଷଣରେ ସାମୀତ । ନାରୀମାନେ ଆଜିବି ବିକାଶ ଠାରୁ ବହୁ ଦୂରରେ । ପୁରୁଷ ପାଦରେ ପାଦ ଓ କାନ୍ଧରେ କାନ୍ଧ ମିଳେଇ ଚାଲିବା ପାଇଁ ପ୍ରତିକ୍ଷଣରେ ସଂଘର୍ଷ କରୁଛି ନାରିଟିଏ । ତେଣୁ ଲିଙ୍ଗଗତ ସମାନତାର ବାସ୍ତବତା ସ୍ପଷ୍ଟ ବାରି ହୋଇ ପଡୁଛି ମହିଳାଙ୍କ ସ୍ଥିତିରୁ ।

ଡିଜାଇନ ଫଟୋ

By

Published : Jun 10, 2019, 11:08 PM IST

ହାଇଦ୍ରାବାଦ: ସମାଜ ଗୋଟିଏ ପରିବାର ହେଲେ ଉଭୟ ନାରୀ ଓ ପୁରୁଷ ଏହି ପରିବାରର ସଦସ୍ୟ । ଯେପରି ଗୋଟିଏ ପରିବାରରେ ଭେଦଭାବ ଏବଂ ଅସମାନତା ଅଗ୍ରହଣୀୟ, ଏତାଦୃଶ ଗୋଟିଏ ସମାଜରେ ବି ଭେଦଭାବ ଓ ଅସମାନତାର ସ୍ଥାନ ନାହିଁ । ସମାନତା ସମସ୍ତଙ୍କୁ ସଶକ୍ତ କରିଥାଏ । ସେ ପୁରୁଷ ହେଉ ଅବା ନାରୀ ସମାନତା ଉଭୟଙ୍କ ମୌଳିକ ଅଧିକାର । ଠିକ ସହିପରି ସମାଜରେ ଉଭୟ ନାରୀ ଏବଂ ପୁରୁଷଙ୍କୁ ସବୁଥିରେ ସମାନ ଅଧିକାର ମିଳିବା ଆବଶ୍ୟକ । ତେବେ ଆଜିର ଦୁନିଆରେ ଏହାର ବାସ୍ତବତା ଏବଂ ସତ୍ୟତା ମଧ୍ୟରେ ଦେଖାଯାଉଛି ଆକାଶ ପାତାଳ ଫରକ । ସମାନତାର ଅନ୍ତର ମଧ୍ୟ ଜଳଜଳ । ତେବେ ସବୁଠାରୁ ବଡ କଥା ହେଉଛି ଲିଙ୍ଗଗତ ସମାନତା । ଯାହାକି ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବପାଇଁ ଏକ ଆହ୍ବାନ ସଦୃଶ । ଲିଙ୍ଗଗତା ସମାନତା ସମୃଦ୍ଧ ହେଲେ ନିଶ୍ଚିତ ଭାବେ ଉଭୟ ନାରୀ ଏବଂ ପୁରୁଷ ନିଜକୁ ସଶକ୍ତ କରିପାରିବେ । ଆସନ୍ତୁ ନଜର ପକାଇବା ଲିଙ୍ଗଗତ ସମାନତା ନେଇ ଏହି ରିପୋର୍ଟ ଉପରେ.....

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଲିଙ୍ଗଗତ ସମାନତା ଆଜିର ଯୁଗର ଏକ ବଡ ପ୍ରଶ୍ନ । ଆଜିବି ପୁରଷ ସର୍ବଶ୍ବ ସମାଜରେ ନାରୀଟିଏ ସେଠି ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରେ ନିଜର ପରିଚୟ ପାଇଁ । ଆଜିବି ଅନେକ ଦେଶରେ ଲିଙ୍ଗଗତ ସମାନତା ଦୀପତଳ ଅନ୍ଧାକାର ଭଳି ପ୍ରତୀୟମାନ ହେଉଛି । 51ଟି ସୂଚକାଙ୍କ ଆଧାରରେ ଲିଙ୍ଗଗତ ସମାନତା ପାଇଁ ପ୍ରସ୍ତୁତ ହୋଇଥିବା 129 ଦେଶର ତାଲିକାରେ ଭାରତକୁ ମିଳିଛି 95ତମ ସ୍ଥାନ ।

ବିଶ୍ବ ସ୍ତରରେ ଲିଙ୍ଗଗତ ଅସମାନତାର ସୂଚକାଙ୍କ 65.7 ପ୍ରତିଶତ । ଆଉ ଯେଉଁ ଦେଶ ଏହି ଅଙ୍କ ପ୍ରାପ୍ତ କରିଛନ୍ତି ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ବୋଲି ଧରା ଯାଉଛି । ସେପଟେ ଭାରତ 56.2 ଅଙ୍କ ସହ ଲିଙ୍ଗଗତ ଅସମାନତା ଥିବା 43 ଦେଶଙ୍କ ମଧ୍ୟରେ ସ୍ଥାନ ପାଇଛି । ଯଦିଓ ଭାରତ ଶିକ୍ଷା, ସ୍ବାସ୍ଥ୍ୟ, ପୋଷଣ, କ୍ଷୁଧା, ଇନ୍ଧନ ପରି ଅନେକ ଦିଗରେ ଭଲ ସ୍କୋର କରିଛି ତେବେ ଲିଙ୍ଗଗତ ସମାନତା କ୍ଷେତ୍ରରେ କିନ୍ତୁ ଆଜି ବି ଖୁବ ପଛରେ ଭାରତ ।

ଏସିଆ ମହାଦେଶରେ ଥିବା 23 ଦେଶ ମଧ୍ୟରେ ଲିଙ୍ଗଗତ ଅସମାନତା କ୍ଷେତ୍ରରେ 17 ନମ୍ବର ସ୍ଥାନରେ ରହିଛି ଭାରତ । ଗତ ଅନେକ ଦଶନ୍ଧି ଧରି ଆମ ନେତା ମାନେ କେବଳ ମହିଳା ସଶକ୍ତିକରଣ ଉପରେ ଭାଷଣ ଦେଇ ଆସୁଛନ୍ତି କିନ୍ତୁ ଯେ ପର୍ଯ୍ୟନ୍ତ ସମାଜରେ ‘ପୁରଷ ପ୍ରଧାନ’ ଚିନ୍ତାଧାରା ରହିଥିବା ତାହାର ଅନୁରୂପ ପରିଣାମ ହିଁ ମିଳିବ । ଡେନମାର୍କ, ଫିନଲାଣ୍ଡ, ସ୍ବୀଡେନ, ନେଦରଲାଣ୍ଡ, ସ୍ଲୋଭାନିଆ, ଜର୍ମାନୀ, କାନାଡା, ଆରୟଲାଣ୍ଡ, ଓ ଅଷ୍ଟ୍ରେଲିଆ ପରି ଦେଶଗୁଡିକ ମଧ୍ୟ ଲିଙ୍ଗଗତ ସମାନତାର ମାନଦଣ୍ଡ ଛୁଇଁ ପାରି ନାହାଁନ୍ତି ।

ଅନେକ ଦେଶ ଏପର୍ଯ୍ୟନ୍ତ ଲିଙ୍ଗଗତ ସମାନତା ଆଣିବା ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି । ଲିଙ୍ଗଗତ ସମାନତା ସୂଚକାଙ୍କ ଅନୁସାରେ ସେହି ଦେଶ ମାନଙ୍କରେ ପ୍ରାୟ 280 କୋଟି ମହିଳା ଏବଂ ଝିଅ ଅପମାନଜନକ ସ୍ଥିତି ସହ ସଂଘର୍ଷ କରୁଛନ୍ତି । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କାରଣରୁ ମାନବ ବିକାଶ କ୍ଷମତା 40 ପ୍ରତିଶତ କମିଛି । ତେବେ ଯଦି 2025 ସୁଦ୍ଧା ଲିଙ୍ଗଗତ ସମାନତା ହାସଲ କରାଯାଏ ତେବେ ବିଶ୍ବ ଅର୍ଥବ୍ୟବସ୍ଥାରେ 28 ଲକ୍ଷ କୋଟି ଡଲାରର ଅଭିବୃଦ୍ଧି ହେବ ।

ଭାରତରେ 5.85 କୋଟି ଲୋକ ଆତ୍ମନିର୍ଭରଶୀଳ ଓ ସେଥିରୁ ମାତ୍ର 13.76 ପ୍ରତିଶତ ବା 80 ଲକ୍ଷ ହେଉଛନ୍ତି ମହିଳା । ସ୍ବୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଭଲ ରହିଛି । ଆଉ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକର ସଫଳତା ହୃଦୟସ୍ପର୍ଷୀ । ଏହି ଗୋଷ୍ଠୀ ଗୁଡିକରେ ପ୍ରାୟ 7.5 କୋଟି ମହିଳା କାର୍ଯ୍ୟ କରୁଛନ୍ତି ।

ଖୁସିର କଥା ହେଉଛି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଖୁବ ଭଲ ପ୍ରଦର୍ଶନ କରଛନ୍ତି ଛାତ୍ରୀ ମାନେ । କିନ୍ତୁ ଏହା ସହିତ ବିଡମ୍ବନାର ବିଷୟ ଯେ 15ରୁ 18ବର୍ଷ ମଧ୍ୟରେ ଥିବା ପ୍ରାୟ 40 ପ୍ରତିଶତ ମହିଳା ଶିକ୍ଷା ପାଇବାରୁ ବଞ୍ଚିତ । ତେବେ ଏତେ ସବୁ ବାଧା ବିଘ୍ନ ସତ୍ତ୍ୱେ, ମହିଳା ମାନେ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ଦୃଢ଼ ସଂକଳ୍ପ ।

ଗ୍ଲୋବାଲ ଏଣ୍ଟରପ୍ରେନର ସମ୍ମିଳନୀ 2018ରେ ମତପ୍ରକାଶ ପାଇଥିଲା ଯେ ଯଦି ମହିଳାଙ୍କୁ ଉପୁଯୁକ୍ତ ଦିଗ ମିଳିବ ତେବେ ସେମାନେ ରଚନାତ୍ମକ ଶକ୍ତି ରୂପେ ସାମ୍ନାକୁ ଆସି ପାରିବେ । ଏହି ସମ୍ମିଳନୀ ସମସ୍ତ ସରକାରଙ୍କୁ ଆହ୍ୱାନ କରାଯାଇଥିଲା ମହିଳାଙ୍କୁ ନିଜର ଶକ୍ତି ଓ କାର୍ଯ୍ୟ ବିଷୟରେ ଅବଗତ କରାଇବାକୁ । ଏହାସହ ଲିଙ୍ଗଗତ ଅସମାନତାକୁ ହଟାଇବା ଓ ଏ ଦିଗରେ ପଦକ୍ଷେପ ମାନ ନେବା ପାଇଁ ମଧ୍ୟ ଆହ୍ବାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details