ଜୟପୁର: ରାଜସ୍ଥାନ ରାଜନୀତିର ହାଇଡ୍ରାମା ପରେ ଶେଷରେ ସଚିନ ପାଇଲଟ୍ ଏବଂ ବିଶ୍ବେନ୍ଦ୍ର ସିଂହଙ୍କ ସମେତ ରମେଶ ମୀନା ଆଜି ରାଜ୍ୟ କ୍ୟାବିନେଟ୍ରୁ ବହିଷ୍କୃତ ହୋଇଛନ୍ତି । ସଚିନ ଉପମୁଖ୍ୟମନ୍ତ୍ରୀ ପଦ ତଥା ରାଜ୍ୟ କଂଗ୍ରେସର ସଭାପତି ପଦରୁ ମଧ୍ୟ ବହିଷ୍କାର କରାଯାଇଛି।
କ୍ୟାବିନେଟରୁ ବିଦା ହେବା ପରେ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହ ନିଜ ପକ୍ଷ ରଖିଛନ୍ତି । ରମେଶ ମୀନା କହିଛନ୍ତି ଯେ, କ’ଣ କରିଥିଲୁ ଯାହାଫଳରେ ଆମକୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ଯାହା ବି ଅସନ୍ତୋଷ ଥିଲା, ଏହାକୁ ଆମେ ପାର୍ଟିର ପ୍ଲାଟଫର୍ମରେ ରଖିଥିଲୁ । ପୂର୍ଣ୍ଣ ବିଶ୍ବାସ ଓ ପ୍ରତିବଦ୍ଧତାର ସହ ମୁଁ ଦଳ ପାଇଁ କାର୍ଯ୍ୟ କରୁଥିଲି । ନିଜ କାର୍ଯ୍ୟକଳାପ କାରଣରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ ସମସ୍ତେ ପ୍ରଶଂସା କରିଛନ୍ତି । ଏମିତି କଣ ଦଳ ବିରୋଧୀ କାର୍ଯ୍ୟ କରିଲି ବୋଲି ସେ ପ୍ରଶ୍ନ କରିଛନ୍ତି ।