ଓଡିଶା

odisha

ETV Bharat / bharat

ଅଡୁଆରେ ସରକାର, ଚାଷୀଙ୍କ ସୁଇସାଇଡ ନୋଟରେ ମୁଖ୍ୟମନ୍ତ୍ରୀଙ୍କ ନାଁ - farmer

କୃଷି ଋଣ ସହ୍ୟ ନ କରିପାରି ରାଜସ୍ଥାନରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ।

ଫାଇଲ ଫଟୋ

By

Published : Jun 25, 2019, 9:13 PM IST

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟ ହାସଲ କରିବା ପାଇଁ ସମସ୍ତ ଦଳ ପ୍ରଥମେ ଚାଷୀଙ୍କ ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କ କୃଷି ଋଣ ଛାଡ କରିବା ପାଇଁ ବହୁତ ବଡବଡ ପ୍ରତିଶୃତି ଦେଇଥାନ୍ତି । କିନ୍ତୁ କ୍ଷମତାକୁ ଆସିଗଲା ପରେ ସମସ୍ତ ପ୍ରତିଶୃତି ପାଣିର ଗାର ସଦୃଶ ହେବା ଅଭିଯୋଗ ହୋଇଛି । ସେହିଭଳି ରାଜସ୍ଥାନରେ ନୂଆ ସରକାର ହେବା ସମୟରେ କୃଷି ଋଣ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଥିଲେ । ଯାହା ଏବେ ଭୁଲ ପ୍ରମାଣିତ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ରାଜସ୍ଥାନର ଶ୍ରୀଗଙ୍ଗାନଗର ସ୍ଥିତ ଠକରୀ ଗାଁର ସୋହନ ଲାଲ ମେଘବାଲ ନାମକ ଜଣେ ଚାଷୀ ନିଜ ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି । କୃଷି ଋଣ ଛାଡ ନକରିବାରୁ ସେ ଆତ୍ମହତ୍ୟା କରିଥିବା ଲେଖାଯାଇଛି । ଏନଡିଟିବିଙ୍କ କହିବାନୂଯାୟୀ, ସୋହନଲାଲ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକରେ ଏକ ଭିଡିଓ ଅପଲୋଡ କରିଥିଲେ । ଏକଥା ତାଙ୍କ ପଡୋଶୀ ଜାଣିଥିଲେ ସୁଦ୍ଧା ସେ ତାଙ୍କର ଜୀବନ ବଞ୍ଚାଇ ପାରିନଥିଲେ । ଯେତବେଳେ ପଡୋଶୀ ତାଙ୍କ ସୋହନ ଲାଲଙ୍କ ଘରେ ପହଞ୍ଚିଥିଲେ ସେତବେଳକୁ ସୋହନ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ତେବେ ମୃତ ଚାଷୀ ସୋହନ ଲାଲଙ୍କ ସୁଇସାଇଡ ନୋଟ ବିଷୟରେ ପୋଲିସ ସୋମବାର ପର୍ଯ୍ୟନ୍ତ କୌଣସି ସୂଚନା ଦେଇନଥିଲା । ମାତ୍ର ଲୋକସଭାରେ ସାସଂଦ ନିହାଲ ଚନ୍ଦ ଏହି ଘଟଣା ଉଠାଇବା ପରେ ପୋଲିସ ଘଟଣା ସମ୍ପର୍କରେ ମୁହଁ ଖୋଲିଥିଲା । କିନ୍ତୁ ଏହି ନୋଟ ଉକ୍ତ ଚାଷୀଙ୍କ ହାତଲେଖା କି ନାହିଁ ଜାଣିବା ପାଇଁ ଏକ୍ସପର୍ଟଙ୍କ ଦ୍ବାରା ଯାଞ୍ଚ କରାଯାଉଥିବା ସୂଚନା ଦେଇଛି ପୋଲିସ ।

ମୃତ୍ୟୁ ପୂର୍ବରୁ ଚାଷୀ ଜଣଙ୍କ ଭିଡିଓ ମାଧ୍ୟମରେ ଗେହଲଟ ସରକାରଙ୍କୁ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଥିଲେ । ସେ କହିଥିଲେ ମୁଁ ଅସହାୟ ହୋଇ ଆତ୍ମହତ୍ୟା କରୁଛି । କିନ୍ତୁ ସରକାର ମୋର ଅନ୍ୟ ଚାଷୀ ଭାଇଙ୍କର ସମସ୍ୟା ସମାଧାନ କରନ୍ତୁ । ଆଉ ମୁଁ ଯଦି କିଛି ଭୁଲ କରିଛି ତେବେ ମୋ ପରିବାର ଲୋକ ମତେ କ୍ଷମା କରିଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି । ଘଟଣାରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ, ଏହି ଘଟଣାର ସତ୍ୟାସତ୍ୟ ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ଆତ୍ମହତ୍ୟା କରିଥିବା ଚାଷୀ କୌଣସି ଋଣ ଭାରରେ ନଥିବା ସେ କହିଛନ୍ତି । ରାଜ୍ୟରେ ଚାଷୀଙ୍କ ଭବିଷ୍ୟତ ଉଜ୍ବଳ କରିବା ପାଇଁ ରାଜସ୍ଥାନ ସରକାର ପ୍ରତିଶୃତି ବଦ୍ଧ ଅଟେ ।

For All Latest Updates

ABOUT THE AUTHOR

...view details