ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ଘୋଡା ବେପାର ମାମଲା, ରେକର୍ଡ ହେବ ମୁଖ୍ୟମନ୍ତ୍ରୀ-ଉପ ମୁଖ୍ୟମନ୍ତ୍ରୀଙ୍କ ବୟାନ - cong govt

ରାଜସ୍ଥାନରେ ଘୋଡା ବେପାର ମାମଲା ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ରାଜସ୍ଥାନ ପୋଲିସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବୟାନ ରେକର୍ଡ କରିବାକୁ ନୋଟିସ ଜାରି କରିଛି।

ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ
ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ

By

Published : Jul 11, 2020, 10:45 PM IST

ଜୟପୁର: ବିଜେପି ରାଜସ୍ଥାନର କଂଗ୍ରେସ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ଏହି ପ୍ରସଙ୍ଗରେ ରାଜସ୍ଥାନ ପୋଲିସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବୟାନ ରେକର୍ଡ କରିବାକୁ ନୋଟିସ ଜାରି କରିଛି । ସେପଟେ ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (SOG) ବିଧାନସଭାରେ ମୁଖ୍ୟ ସଚେତକ ଡ. ମହେଶ ଜୋଶୀଙ୍କ ବୟାନ ମଧ୍ୟ ରେକର୍ଡ କରିବା ପାଇଁ ତାଙ୍କୁ ନୋଟିସ ପଠାଇଛି ।

ତେବେ କଂଗ୍ରେସର ଅଶୋକ ଗେହଲୋଟ୍ ସରକାର ଭାଙ୍ଗିବା ପାଇଁ ବିଜେପି ଘୋଡା ବେପାର କରୁଥିବା ଅଭିଯୋଗ ହେବା ପରେ ଏହି ମାମଲାରେ SOG ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାପରେ ରାଜସ୍ଥାନର ଏହି ବରିଷ୍ଠ ନେତାଙ୍କ ବିବୃତ୍ତି ରେକର୍ଡ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂତ୍ର ଅନୁଯାୟୂୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ବିଧାନସଭାରେ ମୁଖ୍ୟ ସଚେତକଙ୍କୁ ଏହି ଘଟଣାରେ ସେମାନଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ନୋଟିସ ଜାରି କରାଯାଇଛି। ତେବେ ବିଜେପି ବିରୋଧରେ ଏହି ଅଭିଯୋଗ ଆଣିଥିବା 24 ବିଧାୟକ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁବ ଶୀଘ୍ର ନୋଟିସ୍ ଜାରି କରାଯାଇପାରେ ବୋଲି ଜଣାପଡିଛି ।

ସେପଟେ ଏହି ମାମଲାରେ ଦୁଇଟି ମୋବାଇଲ୍ ନମ୍ବରର ସାମ୍ନାକୁ ଆସିଥିବା ସୂଚନା ମିଳିଛି । ଏହି ତଥ୍ୟ ଆଧାରରେ SOG ମାମଲା ରୁଜୁ କରିଥିଲା ​​। ତେବେ ରାଜସ୍ଥାନରେ ଘୋଡା ବେପାର ଉଦ୍ୟମ କରାଯାଉଥିବା ଏଥିରୁ ଜଣାପଡୁଛି ବୋଲି ଚର୍ଚ୍ଚା ହେଉଛି ।

ଗତ ମାସରେ ରାଜ୍ୟର ଦୁଇଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗେହଲଟ ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ । ଏହାପରେ ଘଟଣାର ତଦନ୍ତ ଦାବି କରି ବିଧାନସଭାରେ ମୁଖ୍ୟ ସଚେତକ SOG ଏବଂ ACBରେ ଅଭିଯୋଗ କରିଥିଲେ।

ସେପଟେ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏଭଳି କୌଣସି ସତ୍ୟପାଠ ତାଙ୍କ ନିକଟକୁ ଆସି ନାହିଁ ଏବଂ ଏ ବାବଦରେ କୌଣସି ବିଧାୟକ ତାଙ୍କ ନିକଟରେ ଅଭିଯୋଗ କରିନାହାଁନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପି ରାଜସ୍ଥାନର ଅଶୋକ ଗେହଲଟଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ରାଜସ୍ଥାନ କଂଗ୍ରେସର ପ୍ରାୟ 24 ଜଣ ବିଧାୟକ ବିଜେପି ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ABOUT THE AUTHOR

...view details