ଜୟପୁର: ପତଞ୍ଜଳୀର କୋରୋନା ଔଷଧକୁ ନେଇ ବିବାଦ ଘେରରେ ଯୋଗଗୁରୁ ବାବା ରାମଦେବ । କୋରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଟୀକା ବାହାର କରିଥିବା ନେଇ ରାମଦେବ ଦାବି କରିଛନ୍ତି । ହେଲେ ଏହି ଟୀକାକୁ କେନ୍ଦ୍ର ସରକାରଙ୍କ ପରେ ମଧ୍ୟ ଅବୈଧ ଘୋଷଣା କରିଛନ୍ତି ରାଜସ୍ଥାନର ଗେହଲୋତ ସରକାର । କେବଳ ଏତିକି ନୁହେଁ ରାଜସ୍ଥାନ ସରକାର ସଫାସଫା କହିଦେଇଛନ୍ତି ଯେ ଯଦି ଏହି ଔଷଧ ରାଜ୍ୟରେ ବିକ୍ରି ହୁଏ, ତାହାଲେ ବାବା ରାମଦେବଙ୍କ ଜେଲ ଯିବା ନିଶ୍ଚିତ ।
ମହାମାରୀ କୋରୋନାର ଭ୍ୟାକ୍ସିନକୁ ଖୋଜିବା ପାଇଁ ସାରା ବିଶ୍ବର ବୈଜ୍ଞାନିକ ଲାଗିଥିବାବେଳେ ବାବା ରାମଦେବ କନ୍ତୁ କୋରୋନାକୁ ପ୍ରତିହତ କରିବାର ଔଷଧ କୋରୋନିଲକୁ ଲଞ୍ଚ କରିଛନ୍ତି । ହେଲେ କୋରୋନିଲ ଲଞ୍ଚିଂର କିଛି ଘଣ୍ଟା ପରେ ଏହି ଔଷଧ ବିବାଦ ଘେରକୁ ଆସିଯାଇଥିଲା । ଆୟୂଷ ମନ୍ତ୍ରଣାଳୟ ଏହି ଔଷଧର ପ୍ରଚାର ପ୍ରସାର ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଦେଇଛି । ସେପଟେ ଗେହଲଟ ସରକାର ମଧ୍ୟ ଏହି ଔଷଧକୁ ସମ୍ପୂର୍ଣ୍ଣ ଅବୈଧ ଘୋଷଣା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା କଥା ମଧ୍ୟ କହିଛନ୍ତି ।