ଜୟପୁର: ଦିନ ଗଡିବା ସହ ନୂଆ ମୋଡ ନେବାରେ ଲାଗିଛି ରାଜସ୍ଥାନ ରାଜନୀତିର ସସପେନ୍ସ । ଏପରିସ୍ଥିତିରେ ଜୁଲାଇ 31ରେ ବିଧାନସଭା ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି ଗେହଲଟ ସରକାର । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜସ୍ଥାନ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ବିଧାନସଭା ଅଧିବେଶ ଡକାଇବା ପାଇଁ ସଂଶୋଧିତ ପ୍ରସ୍ତାବ ଉପରେ ରାଜ୍ୟପାଳଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ନେଇ ଚର୍ଚ୍ଚା ହୋଇଥିବା ଜଣାପଡିଛି ।
ରାଜସ୍ଥାନ ରାଜନୀତିରେ ଜାରି ବିବାଦ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡକାଇବା ନେଇ କ୍ୟାବିନେଟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଫେରାଇଦେଇଥିଲେ । ତେବେ ପରେ କିନ୍ତୁ କିଛି ସର୍ତ୍ତ ସହ ଅଧିବେଶନ ବସାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ।