ଓଡିଶା

odisha

ETV Bharat / bharat

ଭଗବାନଙ୍କୁ ସମଲିଙ୍ଗିର ଅନ୍ତିମ ଚିଠି, ପଚାରିବି କାହିଁକି ମୋତେ... - ସୁଇସାଇଡ

ସେ ଜଣେ ସମଲିଙ୍ଗି ହୋଇଥିବାବେଳେ ଆତ୍ମହତ୍ୟା ପୂର୍ବରୁ ତାଙ୍କର ଏହି ସୁଇସାଇଡାଲ ନୋଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ପ୍ରତିକାତ୍ମକ ଫଟୋ

By

Published : Jul 10, 2019, 2:14 PM IST


ଚେନ୍ନାଇ: "ଲୋକେ ମୋ ଶରୀରର ହାବଭାବ ଦେଖି ମୋତେ ଘୃଣା କରନ୍ତି "। କିଛି ଏଭଳି ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ଚେନ୍ନାଇର 20 ବର୍ଷୀୟ ଅଭିଂଶୁ ପାଟେଲ । ସେ ଜଣେ ସମଲିଙ୍ଗି ହୋଇଥିବାବେଳେ ଆତ୍ମହତ୍ୟା ପୂର୍ବରୁ ତାଙ୍କର ଏହି ସୁଇସାଇଡାଲ ନୋଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ସୂଚନା ଅନୁସାରେ, ଗତ ସପ୍ତାହରେ ହିଁ ଅଭିଂଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଚେନ୍ନାଇର ନିଲନକର ବେଳାଭୂମି ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେ ମୂଳରୂପରେ ମୁମ୍ବାଇର ବାସିନ୍ଦା । ସେ ଏକ ସ୍ପା ସେଣ୍ଟରରେ କାମ କରିବାକୁ ଚେନ୍ନାଇ ଆସିଥିଲେ । ତେବେ ସେ ଜଣେ କଥିତ ରୂପେ ସମଲିଙ୍ଗି ହୋଇଥିବାରୁ ଆତ୍ମହତ୍ୟା କରିଥିବା ତାଙ୍କ ସୁଇସାଇଡ ନୋଟରୁ ଜଣାପଡିଛି ।

ସୋସିଆଲ ମିଡିଆ ଫେସବୁକରେ 1750 ଶବ୍ଦରେ ଲେଖାଯାଇଥିବା ଏହି ସୁଇସାଇଡାଲ ନୋଟକୁ ସେ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖିଥିଲେ । ସେହି ସୁଇସାଇଡ ନୋଟରେ ସେ ଲେଖିଛନ୍ତି ଯେ, "ମୁଁ ମୋ ଚାଲିଚଳଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରେ, ହେଲେ ଲେକେ ମୋ ଶାରୀରିକ ହାବ ଭାବକୁ ଘୃଣା କରନ୍ତି । ହେଲେ ଏସବୁ ସ୍ବାଭିବିକ ଭାବେ ମୋ ଶରୀରର ଗତିବିଧିରେ ସମସ୍ତଙ୍କୁ ଦେଖାଯାଏ।"

ସେଥିରେ ସେ "ମୁଁ ଭବବାନଙ୍କ ପାଖକୁ ଯାଇ ପଚାରିବି ମୋତେ କାହିଁକି ଏମିତି କରିଛନ୍ତି" ବୋଲି ଲେଖାଯାଇଛି।

ABOUT THE AUTHOR

...view details