ଓଡିଶା

odisha

ETV Bharat / bharat

ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଖୁଆଇ ବିଶ୍ବରେକର୍ଡ

ତେଲେଙ୍ଗାନାର ହାଇଦ୍ରାବାଦରେ ହଜାରରୁ ଊର୍ଦ୍ଧ୍ବ ଗରିବଙ୍କୁ ଖୁଆଇ ବିଶ୍ବରେକର୍ଡ ରଚିଲେ ଗୌତମ କୁମାର ।

By

Published : May 28, 2019, 10:34 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଭଗବାନଙ୍କ ସୃଷ୍ଟି ବି ଅଜବ । ଦୁନିଆରେ କିଛି ଲୋକ ଅଛନ୍ତି ଯିଏ ମାରପିଟ କରି ଲୋକଙ୍କର ସର୍ବସ୍ବ ଲୁଟିନେଉଥିବାବେଳେ, ଆଉ କିଛି ଲୋକ ଅଛନ୍ତି ଯିଏ ଭଗବାନ ସ୍ବରୂପ କାମ କରିଥାନ୍ତି । ଆଉ ଦୁନିଆରେ ଯେପରି କେହି ଭୋକ ପେଟରେ ନ ଶୁଏ ସେଥିପାଁଇ ଦିନରାତି ଏକ କରି ଭୋକିଲା ପେଟରେ ଦାନା ଦେଇଥାନ୍ତି । ସେହିଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ତେଲେଙ୍ଗାନାର ହାଇଦ୍ରାବାଦରେ ରହୁଥିବା ଗୌତମ କୁମାର ।

ଗୌତମ କୁମାର ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ୍ବ ଗରିବଙ୍କୁ ଖାଇବାକୁ ଦେଇ ବିଶ୍ବ ରେକର୍ଡ କରିଛନ୍ତି । ଗୌତମଙ୍କର ଏକ ଏନଜିଓ ରହିଛି । ତେବେ ଗୌତମ ରବିବାର 3ଟି ଭିନ୍ନ ଭିନ୍ନ ସ୍ଥାନରେ ଗରିବଙ୍କୁ ଖାଇବାକୁ ଦେବାର ଯୋଜନା କରିଥିଲେ । ଏହା ଦ୍ବାରା ସେ ଅନେକ ଭୋକିଲାଙ୍କ ପେଟ ଭରିବାରେ ସକ୍ଷମ ହୋଇପାରିଛନ୍ତି । ଖାଲି ବିଶ୍ବ ରେକର୍ଡରେ ନୁହେଁ ତାଙ୍କ ନାଁ ୟୁନିଭର୍ସାଲ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ।

ତେବେ ଗୌରବଙ୍କ କହିବାନୁଯାୟୀ, ସେ 2014 ମସିହାରେ 'ସର୍ବ ନିଡୀ ଏନଜିଓ' ଆରମ୍ଭ କରିଥିଲେ । ଆଉ ତାଙ୍କର ସଙ୍କଳ୍ପ ଥିଲାଯେ, କେହି ଭୋକିଲା ଯେପରି ଖାଲି ପେଟର୍ ନ ସୁଏ । ଏନେଇ ଦିନକୁ ଦିନ ଆମେ ଯେତେ ସମ୍ଭବ ତାଠାରୁ ଅଧିକ ଚେଷ୍ଟା କଲୁ ଭୋକିଲାର ପେଟ ଭରିବା ପାଇଁ । ଆଉ ଏହି କାମ କରିବା ଦ୍ବାରା ବହୁତ ଶାନ୍ତି ଓ ଖୁସି ମିଳିଥାଏ । ବର୍ତ୍ତମାନ ସୁଦ୍ଧା ଆମ ପାଖରେ ପ୍ରାୟ 140ଟି ସ୍ବୟଂସେବକ ସଂସ୍ଥା ରହିଛି ।

ବିଶ୍ବ ରେକର୍ଡ କରିବା ପରେ ଗୌତମଙ୍କୁ 'ୟୁନିଭର୍ଶାଲ ବୁକ ଅଫ ରେକର୍ଡ'ର ଭାରତୀୟ ପ୍ରତିନିଧି କେଭି ରମନ୍ନା ରାଓ ଓ ତେଲେଙ୍ଗାନାର ପ୍ରମୁଖ ଟିଏମ ଶ୍ରୀଲତାଙ୍କ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ତେବେ ଗୌତମ ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ରୋଗୀଙ୍କୁ, ରାଜେନ୍ଦ୍ର ନଗରରେ ଗରିବଙ୍କୁ ଓ ଆମ୍ମା ନନ୍ନା ଅନାଥଆଶ୍ରମରେ ପିଲାମାନଙ୍କୁ ଖାଇବା ଦେଇଥିଲେ ।

ABOUT THE AUTHOR

...view details