ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ପୋଲିସ ଲକଡାଉନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 507ଟି ଏଫଆଇଆର ଦାଖଲ କରିଛି। ଏଥିସହିତ 4740 ଟି ଗାଡିର ଚାଲାଣ ସହ 373 ଟି ଗାଡିକୁ ଜବତ କରାଯାଇଛି । ନିଷେଧାଦେଶ ଉଲ୍ଲଂଘନ ଅଭିଯୋଗରେ ପୋଲିସ ଧାରା 188 ଅନୁଯାୟୀ 289 ଜଣଙ୍କୁ ମଧ୍ୟ ଗିରଫ କରିଛି ।
ଲକଡାଉନ ନିୟମ ଉଲ୍ଲଂଘନ କରି 289 ଗିରଫ, 373ଟି ଗାଡି ଜବତ
ଗୌତମ ବୁଦ୍ଧ ନଗରରେ ଏହି ଲକଡାଉନକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅଧିକ ପଢନ୍ତୁ...
ନୋଏଡା (ଗୌତମ ବୁଦ୍ଧ ନଗର) ପୋଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ, ଜିଲ୍ଲା ଗୌତମ ବୁଦ୍ଧ ନଗରରେ ଏହି ଲକଡାଉନକୁ କଡାକଡି ଭାବେ ପାଳନ କରାଯାଉଛି । ଯେଉଁମାନେ ଏହାକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେ କହିଛନ୍ତି ଯେ, ଏପ୍ରିଲ 3, 2020 ସୁଦ୍ଧା 33426 ଗାଡି ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ 4740 ଗାଡିର ଚାଲାଣ କଟାଯିବା ସହ 373 ଗାଡି ଜବତ କରାଯାଇଛି ।
ଏହା ବ୍ୟତୀତ, ନିଷେଧାଦେଶ ଉଲ୍ଲଂଘନ ପାଇଁ 507 ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା ଏବଂ 289 ଜଣଙ୍କୁ ଗିରଫ କରାଯାଇଥିଲା । ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କଠାରୁ 85 ହଜାର 200 ଟଙ୍କା ଜୋରିମାନା ଜବତ କରାଯାଇଛି । ଏସେନସିଆଲ କମୋଡିଟିସ ଆକ୍ଟ ଅନୁଯାୟୀ 3 ଟି ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ଏହି ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।