ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉନାଁଓ ଜିଲ୍ଲାର ଦହିଚୌକି ଠାରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମର ପ୍ଲଟରେ ଗ୍ୟାସ ଟାଙ୍କି ଫାଟିବାରୁ ଭଯଙ୍କର ଅଗ୍ନିକାଣ୍ଡ ହୋଇଛି । ଏ ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖଛି। ଅନ୍ୟପଟେ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ଆଖପାଖର 4-5 କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି।
ଗୁରୁବାର ସକାଳେ ପ୍ଲଟରେ ଥିବା ଗ୍ୟାସ ଟାଙ୍କିର ଭଲ୍ବରୁ ଲିକେଜ ହେଉଥିବା ଜଣାପଡିଥିଲା । ଏନେଇ କିଛି ପଦକ୍ଷେପ ନେବା ପୂର୍ବରୁ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଘଟଣା ପରେ ବର୍ତ୍ତମାନ ଆଖପାଖ ଅଞ୍ଚଳରେ ଯାତାୟତକୁ ବନ୍ଦ କରାଯାଇଛି । ଫଳରେ ଏହି ଅଗ୍ନିକାଣ୍ଡରେ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡିନାହିଁ।