ନୂଆଦିଲ୍ଲୀ: ଗତ 15 ଦିନ ମଧ୍ୟରେ 100 ଟଙ୍କା ବୃଦ୍ଧି ପାଇଛି ଏଲପିଜି ଗ୍ୟାସ ଦର । ତେବେ ଏହାକୁ ନେଇ ମତ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୀତ ବଢୁଥିବାରୁ ଗ୍ୟାସ ଦର ବଢୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ ସାଧାରଣତଃ ଶୀତ ଋତୁରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଗ୍ୟାସର ଚାହିଦା ବୃଦ୍ଧି ପାଇଥାଏ। ଯୋଗାଣ ଓ ଚାହିଦାରେ ତାରତମ୍ୟ ହେତୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଗ୍ୟାସର ଦର ବୃଦ୍ଧି ପାଇଛି । ତାର ପ୍ରଭାବରେ ଅନୂରୁପ ଭାବେ ଭାରତରେ ମଧ୍ୟ ଗ୍ୟାସର ଦର ବଢିବାରେ ଲାଗିଛି । ଥଣ୍ଡା କମ ହେବା ସହ ଗ୍ୟାସ ଦର ପୁଣି ସ୍ବାଭାବିକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ମାସ ମଧ୍ୟରେ ଗ୍ୟାସ ଦର ପୁଣି ଖସିପାରେ ବୋଲି ସେ କହିଛନ୍ତି ।