ଅମରାବତୀ:ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଥିବା ଏସପିଓ୍ବାଇ ଆଗ୍ରୋ କମ୍ପାନୀରେ ଗ୍ୟାସ ଲିକ ହୋଇଛି । ଏହି ଗ୍ୟାସ ଲିକରେ କମ୍ପାନୀର ଜେନେରାଲ ମ୍ୟାନେଜର ଶ୍ରୀନିବାସ ସାରାଓଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆମୋନିଆ ଟ୍ୟାଙ୍କର ଲିକ ହୋଇ ଏଭଳି ହୋଇଥିବା ସୂଚନା ମିଳିଛି ।
ଏସପିଓ୍ବାଇ ଆଗ୍ରୋ କମ୍ପାନୀରେ ଗ୍ୟାସ ଲିକ, ଜଣେ ମୃତ - ଏସପିଓ୍ବାଇ ଆଗ୍ରୋ କମ୍ପାନୀରେ ଗ୍ୟାସ ଲିକ, ଜଣେ ମୃତ
ଏସପିଓ୍ବାଇ ଆଗ୍ରୋ କମ୍ପାନୀରେ ଗ୍ୟାସ ଲିକ । କମ୍ପାନୀର ଜଣେ ମୃତ, ଏକାଧିକ ଆହତ । ମେଡିକାଲରେ ଭର୍ତ୍ତି। ଅଧିକ ପଢନ୍ତୁ....

ଏସପିଓ୍ବାଇ ଆଗ୍ରୋ କମ୍ପାନୀରେ ଗ୍ୟାସ ଲିକ, ଜଣେ ମୃତ
ତେବେ ଗ୍ୟାସ ଲିକ ହେବା ନେଇ କମ୍ପାନୀର କର୍ମଚାରୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କମ୍ପାନୀର ନିକଟରେ ଥିବା ଅଞ୍ଚଳବାସୀମାନେ ଗ୍ୟାସ ଲିକ ହେବା ନେଇ ଭୟବିତ ହୋଇପଡିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ