ଓଡିଶା

odisha

ETV Bharat / bharat

ଆନ୍ଧ୍ରପ୍ରଦେଶରୁ 3.56 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ - DRI

ୟୁପିକୁ ଆନ୍ଧ୍ରରୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କରିଛି ପୋଲିସ । ଡ୍ରାଇଭର ଗିରଫ । ଅଧିକ ପଢନ୍ତୁ...

ଗଞେଜ ଜବତ
ଗଞେଜ ଜବତ

By

Published : Aug 22, 2020, 10:38 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରୁ ଏକ ଟ୍ରକରୁ 1427 କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 3.56 କୋଟି ଟଙ୍କା ହେବ । ଏହି ଘଟଣାରେ ଗାଡିର ଡ୍ରାଇଭରକୁ ଗିରଫ କରାଯାଇଛି । ଏନେଇ ଶୁକ୍ରବାର ସୂଚନା ଦେଇଛି ରାଜସ୍ୱ ଗୁଇନ୍ଦା ବିଭାଗ ।

ଆନ୍ଧ୍ରପ୍ରଦେଶରୁ 3.56 କୋଟି ଟଙ୍କା ମୂଲ୍ୟର ଗଞେଜ ଜବତ, ଡ୍ରାଇଭର ଗିରଫ

ଡିଆରଆଇର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କାର୍ଗୋ ଏରିଆ ଏବଂ ଡ୍ରାଇଭର କ୍ୟାବିନ ମଧ୍ୟରେ ଏକ କୌଶଳତାର ସହ ଡିଜାଇନ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ ଏହି ଗଞ୍ଜେଇକୁ ଲୁଚେଇ ରଖାଯାଇଥିଲା । ଗୁଇନ୍ଦା ବିଭାଗର ଖବର ମୁତବକ, ପାନ୍ଥଙ୍ଗି ଟୋଲ ପ୍ଲାଜା ନିକଟରେ ଖରାପ ହୋଇଯାଇଥିବା ଉକ୍ତ ଟ୍ରକର ଟାୟାରକୁ ପରିବର୍ତ୍ତନ କରିବା ସମୟରେ ଏହାକୁ ରୋକାଯାଇ ଜବତ କରାଯାଇଥିଲା ।

ଆନ୍ଧ୍ରପ୍ରଦେଶରୁ 3.56 କୋଟି ଟଙ୍କା ମୂଲ୍ୟର ଗଞେଜ ଜବତ, ଡ୍ରାଇଭର ଗିରଫ

ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରୁ ଲୋଡ ହୋଇ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିଲା। କଣ୍ଟ୍ରାବ୍ୟାଣ୍ଡ ଓ ଗାଡି ଜବତ କରାଯାଇଥିଲା ଏବଂ ଡ୍ରାଇଭରକୁ ନାରକୋଟିକ ଡ୍ରଗ ଏବଂ ସାଇକୋଟ୍ରୋପିକ ସବଷ୍ଟାନସେସ ପଦାର୍ଥ (NDPS) ଅଧିନିୟମ, 1985 ଅନୁଯାୟୀ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details