ଓଡିଶା

odisha

ETV Bharat / bharat

ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ 2ବର୍ଷ ଜେଲ୍ - Gangster Chhota Rajan

ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ 2 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ ମୁମ୍ବାଇ ସିଜନ୍ କୋର୍ଟ ।ବଟି ଆଦାୟ କରୁଥିବା ଅଭିଯୋଗରେ ଛୋଟା ରାଜନଙ୍କୁ 2ବର୍ଷର କାରାଦଣ୍ଡ ସହ 5000 ଟଙ୍କାର ଜରିମାନା ଆଦାୟ କରାଯିବ। ଅଧିକ ପଢନ୍ତୁ...

ଗ୍ୟାଙ୍ଗଷ୍ଟାର ଛୋଟା ରାଜନ
ଗ୍ୟାଙ୍ଗଷ୍ଟାର ଛୋଟା ରାଜନ

By

Published : Jan 4, 2021, 5:01 PM IST

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ମୁମ୍ବାଇ ସିଜନ୍ କୋର୍ଟ । ବଟି ଆଦାୟ କରୁଥିବା ଅଭିଯୋଗରେ ଛୋଟା ରାଜନଙ୍କୁ 2ବର୍ଷ କାରାଦଣ୍ଡ ସହ 5000 ଟଙ୍କାର ଜରିମାନା ଆଦାୟ କରାଯିବ। ପନଭେଲ୍ ସ୍ଥିତ ଏକ ବିଲ୍ଡର ନନ୍ଦୁ ୱାଜେକରଠାରୁ 26 କୋଟି ଟଙ୍କ ମାଗିଥିଲା ଛୋଟା ରାଜନ୍ ।

2015ରେ ନନ୍ଦୁ ପୁନେରେ ଏକ ଜମି କିଣିଥିଲେ । ଏହାସହ 2 କୋଟିର କମିଶନ ପରମାନନ୍ଦ ଠକ୍କର ନାଁରେ ଜଣେ ଏଜେଣ୍ଟକୁ ଦେବା ପାଇଁ କୁହାଯାଇଥିଲା । ତେବେ ପରମାନନ୍ଦ ଅଧିକ ଟଙ୍କ ମାଗିଥିଲେ, ଏଥିରେ ରାଜି ହୋଇନଥିଲେ ନନ୍ଦୁ । ଏହାପରେ ପରମାନନ୍ଦ, ଛୋଟା ରାଜନ ସହ ଯୋଗାଯୋଗ କରିଥିଲେ । ଛୋଟା ରାଜନ ଏହାପରେ ନନ୍ଦୁଙ୍କୁ 26 କୋଟି ଟଙ୍କା ମାଗିଥିଲେ । ପରେ ନବି ମୁମ୍ବାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା ।

ତେବେ ଛୋଟା ରାଜନକୁ ପୂର୍ବରୁ 4 ଥର ଜେଲ ହୋଇସାରିଛି । ସାମ୍ବାଦିକ ଜେ. ଦେଙ୍କୁ ହତ୍ୟା ଅଭିଯୋଗରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ଆଉ ଜଣେ ମୁମ୍ବାଇର ବିଲ୍ଡର ବି.ଆର୍ ସେଟ୍ଟୀକୁ ଗୁଳି କରିବା ଅଭିଯୋଗରେ ମଧ୍ୟ 8 ବର୍ଷର ଜେଲ ଦଣ୍ଡ ଦିଆଯାଇଥିଲା । ଏହାସହ ଜାଲି ପାସପୋର୍ଟ ମାମଲାରେ ମଧ୍ୟ ତାକୁ ଜେଲ ଦଣ୍ଡାଦେଶ ଦିଆଯାଇଥିଲା ତେବେ ପ୍ରତିଥର ଜାମିନରେ ଆସିଛି ଗ୍ୟାଙ୍ଗଷ୍ଟର ଛୋଟା ରାଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details